ନୂଆଗଡ଼ Nūagaṟḍ̠a

  • ଦେ. ବି (ନାମ) — ଓଡ଼ିଶାର ଗଡ଼ଜାତବିଶେଷ — A State of Orissa
  • ଦେ. ବି (ନାମ) — [ଦ୍ର—ଖ୍ରୀଷ୍ଟ ଚତୁର୍ଦ୍ଦଶ ଶତାବ୍ଦୀ ବା କିଞ୍ଚିତ୍ ପୂର୍ବରୁ ରେବା ରାଜ- ବଂଶର ଜଣେ ରାଜପୁତ୍ର ମହାନଦୀ ବାଟେ ଜଗନ୍ନାଥ ଦର୍ଶନ କରିବାକୁ ଆସୁଥିଲେ। ପଥରେ ଏହି ଅଞ୍ଚଳର ଲୋକେ ବାଘ ଭୟରେ ବଡ଼ ଆତୁର ହେଉଥିବାର ଜାଣି ରାଜପୁତ୍ର ବାଘକୁ ମାଇଲେ। ଆଦିମ ଅଧିବାସୀମାନେ କୃତଜ୍ଞତା ସ୍ୱୀକାର କରି ସେମାନଙ୍କର ରାଜା ହେବାକୁ ତାହାଙ୍କୁ ଅନୁରୋଧ କରିବାରୁ ସେ ଏ ରାଜ୍ୟର ରାଜା ହୋଇଥିଲେ! ବର୍ତ୍ତମାନ ସୁଦ୍ଧା ବ୍ୟାଘ୍ରମସ୍ତକ ଏ ରାଜବଂଶର ସଂକେତ ହୋଇ ଅଛି। (କୃପାସିନ୍ଧୁ. ଇତିହାସ।)]