ନିଲାମ Nilāj
- ବୈଦେ. ବି (ଆ. ନିଲାମ୍; ତୁଳ. ପର୍ତ୍ତୁଗୀଜ୍. ନିଲାମ୍, ଲିଲାମ୍) — ପୂର୍ବରୁ ସର୍ବସାଧରଣଙ୍କୁ ଜଣାଇବା ପରେ ନିର୍ଦ୍ଦିଷ୍ଟ ଦିବସରେ ଓ ସ୍ଥାନରେ କୌଣସି ବସ୍ତୁ ବା ସମ୍ପତ୍ତିକୁ କିଣିବାକୁ ଇଚ୍ଛୁକ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେ ସର୍ବୋଚ୍ଚ ମୂଲ୍ୟରେ କିଣିବାକୁ ଡାକ ଦିଅନ୍ତି ତାଙ୍କୁ ପ୍ରକାଶ୍ୟରେ ବିକ୍ରୟ କରିବାର ରୀତି — Auction sale; public sale
- ବିଣ — ନିଲାମ (ଦେଖ) — Nilāmi (See)