ନିବ୍ Nib
- ବୈଦେ. ବି. (ଇଂ) — ବେଣ୍ଟବାଲା କଲମରେ ଲଗାଯିବା ଥଣ୍ଟ ପରି ପତଳା ମୁନିଆ ଧାତୁ ଫଳକ; ଧାତୁମୟ ଲେଖନୀମୁଖ — Nib
- ବୈଦେ. ବି. (ଇଂ) — [ଦ୍ର—କାଠ, ଧାତୁ ଓ କାଚ ଆଦିର ସରୁବେଣ୍ଟର ମୁହଁ ପାଖେ ଗୋଟିଏ ଚଉଡା ବଳୟ(ହାଣ୍ଟଲ୍) ଥାଏ; ସେହି ହାଣ୍ଡଲ୍ ରେ ଘରା ହୋଇଥାଏ; ସେହି ଘରା ମଧ୍ୟରେ ଥଣ୍ଟ ପରି ଦୁଇ ଫାଳିଆ ଓ ମୁନିଆ ଲମ୍ବା ଯେଉଁ ଲେଖନୀକୁ ଭରତି କରା ଯାଇପାରେ ଓ କଢ଼ା ଯାଇପାରେ ତାକୁ ନିବ୍ କହନ୍ତି। ଲେଖକର ସରୁ ବା ମୋଟା ଅକ୍ଷର ଲେଖିବା ଅଭ୍ୟାସକୁ ଚାହିଁ ନିବ୍ର ମୁନ ସରୁ ବା ମୋଟା କରି ଗଢ଼ାଯାଏ।]