ନିକି Niki
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — (ପ୍ରଶ୍ନାର୍ଥକ)— କି; କଅଣ — Interjection used in interrogative
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — ପର ଦୁଃଖ ନିକି ଜାଣଇ ପର—ଭଞ୍ଜ. ସୁବର୍ଣ୍ଣରେଖା।
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — (ସମ୍ଭାବନାର୍ଥକ) ପରା — Interjection indicating expectation
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — ନବ ବିରହେ କୃଶ ମୋର ମୂରତି ଯତନେ ନିକି ଚିତ୍ରୁଥିବ ଯୁବତୀ—ରାଧାନାଥ, ମେଘଦୂତ
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — (ସନ୍ଦୋହାର୍ଥକ) ସତେ? — (doubt) Is it so?
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — ବଚନ ମଧୁର ସୁମରି ସୁମରି ପ୍ରାଣ ନିକି ରଖିପାରିବ—ଭକ୍ତଚରଣ. ମଥୁରାମଙ୍ଗଳ।
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — (ନିଶ୍ଚୟାର୍ଥକ) ନିଶ୍ଚେ; ନାହିଁ କି — Certainly; no doubt; is it not?
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — ଆଦରେ ଏହାକୁ କରନ୍ତିନି କି ମୁଁ ଗଳାହାର—ରାଧାନାଥ, ଉଷା
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — (ପ୍ରଶ୍ନରୂପରେ ପ୍ରୟୋଗ) ନାହିଁ; କି? — No
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — ତା ଶୁଣି ଗନ୍ଧର୍ବେ ବୋଇଲେ ଆମ୍ଭେମାନେ ଛାଡ଼ିବୁନିକି ତାଙ୍କୁ ତୁମ୍ଭରି ବଚନେ—କୃଷ୍ଣସିଂହ. ମହାଭାରତ. ବନ।
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — (ଆଶଙ୍କାଜନିତ ପ୍ରଶ୍ନାର୍ଥକ) ସଂଭବତଃ — Perhaps
- ଦେ. ଅ. (ସଂ. ନୁ; କିମ୍ବା ନକିଂ; ନୁକଂ) — ପାସୋରିଲ ନିକି ମହିମା ପିତୃ ପିତାମହର—ମଧୁସୂଦନ. ଉତ୍କଳଗାଥା।