ନାପିତ Nāpita

  • ସଂ. ବି. ପୁଂ (ନ=ନୁହେଁ+ଆପ୍ ଧାତୁ=ସମ୍ମାନ ପାଇବା+ ତ) — ଶୂଦ୍ର ଜାତିବିଶେଷ; ଭଣ୍ଡାରୀ; କ୍ଷୌରକାରକ — Barber; a Ṡūdra caste among the Hindus
  • ସଂ. ବି. ପୁଂ (ନ=ନୁହେଁ+ଆପ୍ ଧାତୁ=ସମ୍ମାନ ପାଇବା+ ତ) — [ଦ୍ର—ପରାଶର ସ୍ମୃତିରେ ଅଛି ଯେ ଶୂଦ୍ରା ଗର୍ଭରେ ବ୍ରାହ୍ମଣ ଔରସ ସନ୍ତାନର ଯଦି ବ୍ରାହ୍ମଣ ଦ୍ୱାରା ସଂସ୍କାର ନ ହୁଏ ତେବେ ସେ ନାପିତ ହୁଏ। ପରଶୁରାମଙ୍କ ମତରେ କୁବେର ପୁରୁଷ ଓ ପଟ୍ଟିକାରୀ ସ୍ତ୍ରୀର ସନ୍ତାନ ନାପିତ। ମନୁସଂହିତାରେ ନାପିତଙ୍କ ଗଣନା ଭୋଜ୍ୟାନ୍ନ ଶୂଦ୍ର ଜାତିରେ କରାଯାଇ ଅଛି। ସ୍ମୃତି ଆଦିରେ ନାପିତ ସଙ୍କର ଜାତିରେ ପରିଗଣିତ ଓ ଏ ଜଳସ୍ପୃଶ୍ୟ ଶୂଦ୍ର ରୂପେ ଗଣିତ। ହି ଶବ୍ଦସାଗର। ନାପିତର ଅନ୍ୟ ସଂ. ପ୍ରତିଶବ୍ଦ—କ୍ଷୁରୀ, ମୁଣ୍ଡୀ, ଦିବାକୀର୍ତ୍ତି, ଅନ୍ତ୍ୟାବସାୟୀ, ଛତ୍ରୀ, ନଖକୁଟ୍ଟ, ଗ୍ରାମଣୀ, ଚନ୍ଦ୍ରିଳ ଓ ଭାଣ୍ଡପୁଟ।]