ନାନା Nānā

  • ସଂ. ଅ (ନଞ+ନା)—(ବହୁତାସୂଚକ) — ବହୁବିଧ; ଅନେକପ୍ରକାର; ବିବିଧ — Various; of many kinds
  • ସଂ. ଅ (ନଞ+ନା)—(ବହୁତାସୂଚକ) — ଭିନ୍ନ ଭିନ୍ନ; ପୃଥକ୍ ପୃଥକ୍ — Different
  • ସଂ. ଅ (ନଞ+ନା)—(ବହୁତାସୂଚକ) — ଅନେକ — Many
  • ଦେ. ଅ—(ସଂ. ନ; ନହି ନହି) — (କଥା ଉପରେ ଜୋର୍ ଦେବା ପାଇଁ ନିଷେଧାର୍ଥକ, ନଞର୍ଥକ 'ନାଁ' ଶବ୍ଦର ଦୁଇ ଥର ପ୍ରୟୋଗ) କେଭେ ନୁହେଁ — (Doubling of the prohibitive 'No' for emphasis), Oh! no no; certainly not
  • ଦେ. ଅ—(ସଂ. ନ; ନହି ନହି) — ହରିଣାକ୍ଷିରେ ନାନା ହରି ଗନ୍ଧକୁ ଯାନା ବୋଲି ଯେ କହୁଥାଉଁ ବାରାବାର— କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ଅ—(ସଂ. ନ; ନହି ନହି) — ଗୀତ ଓ ନାଟରେ ଉଚ୍ଚାରିତ ଧ୍ୱନିବିଶେଷ — A formula repeated during dancing and singing
  • ଦେ. ଅ—(ସଂ. ନ; ନହି ନହି) — କୁଚ ମର୍ଦ୍ଦଳ ହୋଇଲା ତାଡ଼ିତ ନାନା ଧ୍ୱନିଟି ତେନା ତେନା ଜାତ— ଭଞ୍ଜ. ପ୍ରେମସୂଧାନିଧି।
  • ଦେ. ବି. ପୁଂ (ହିନ୍ଦୁସ୍ଥାନୀ, ମୁସଲମାନ ଓ ପଶ୍ଚିମାଙ୍କ ବ୍ୟବହୃତ) — ମାତାମହ; ଅଜା — Mother's father; maternal grandfather
  • ଦେ. ବି. ପୁଂ (ହିନ୍ଦୁସ୍ଥାନୀ, ମୁସଲମାନ ଓ ପଶ୍ଚିମାଙ୍କ ବ୍ୟବହୃତ) — (ସ୍ତ୍ରୀ)ବଡ଼ ଭଉଣୀ; ନାନୀ — Elder sister
  • ପ୍ରାଦେ (ସିଂହଭୂମ, ବ୍ରାହ୍ମଣମାନଙ୍କ ବ୍ୟବହୃତ) ବି. ପୁଂ — ବଡ଼ ଭାଇ; ନନା — Elder brother
  • ପ୍ରାଦେ (ସିଂହଭୂମ, ବ୍ରାହ୍ମଣମାନଙ୍କ ବ୍ୟବହୃତ) ବି. ପୁଂ — (ସ୍ତ୍ରୀ) (ତୁଳ. ହି. ନାନୀ ଏହି ଅର୍ଥରେ)—ଆଈ; ମାତାମହୀ — Grand mother
  • ବୈଦେ. ବି (ଆ) — ପୁଦିନା — Mint (plant)