ନାନକ Nānaka
- ଦେ. ବି (ନାମ) — ପଞ୍ଜାବର ଶିଖମାନଙ୍କ ଆଦି ଗୁରୁ; ଶିଖଧର୍ମର ପ୍ରତିଷ୍ଠାତା; ପ୍ରଥମ ଶିଖ ଗୁରୁ — The name of the founder of the sect of the Sikhs of the Punjab
- ଦେ. ବି (ନାମ) — [ଦ୍ର—ଏ ପଞ୍ଜାବର ରାବୀ ନଦୀର କୂଳରେ ଏକ ଗ୍ରାମ (ଆଧୁନିକ ରାୟପୁର)ରେ କ୍ଷତ୍ରିୟବଂଶରେ ଜନ୍ମଗ୍ରହଣ କରିଥିଲେ। ଏ ପିଲା ଦିନରୁ ସାଂସାରିକ ବିଷୟରେ ଉଦାସୀନ ଥିଲେ ଓ ସାଧୁସେବା କରୁଥିଲେ। ଏ 16 ବର୍ଷ ବୟସରେ ବିବାହ କରିଥିଲେ। ଏହାଙ୍କର 2 ପୁତ୍ର ଜନ୍ମିଥିଲେ। ଏ 32 ବର୍ଷ ବୟସରେ ଗୃହତ୍ୟାଗୀ ହୋଇ 4 ଜଣ ସଙ୍ଗୀଙ୍କୁ ନେଇ ପଞ୍ଜାବ ଓ ଉତ୍ତରଭାରତରେ ଏହି ମର୍ମରେ ଧର୍ମଉପଦେଶ ଦେବାକୁ ଲାଗିଲେ ଯେ ଈଶ୍ୱର ଏକ ଅଟନ୍ତି ଓ ହିନ୍ଦୁ ଏବଂ ମୁସଲମାନ ସେହି ଏକ ଈଶ୍ୱରଙ୍କ ଉପାସନା କରନ୍ତି। ମୂର୍ତ୍ତିପୂଜା ଓ ବହୁ ଦେବୋପାସନାର ଏ ବିରୋଧୀ ଥିଲେ। ଅନେକ ହିନ୍ଦୁ ଓ ମୁସଲମାନ ଏହାଙ୍କ ଶିଷ୍ୟ ହେଲେ। ଏହାଙ୍କ ଶିଷ୍ୟମାନଙ୍କୁ ଶିଖ୍ ବୋଲାଗଲା। ଦିଲ୍ଲୀର ତତ୍କାଳୀନ ବାଦସାହା ଇବ୍ରାହିମଲୋଦୀ ଏହାଙ୍କୁ କାରାବଦ୍ଧ କଲେ ଓ ବାବର୍ ପାଣିପଥ ଯୁଦ୍ଧରେ (ଖ୍ରୀ 1524 ରେ) ଇବ୍ରାହିମ୍ଙ୍କୁ ପରାସ୍ତ କରି ଦିଲ୍ଲୀ ସିଂହାସନ ଅଧିକାର କରିବା ପରେ ଏ ବନ୍ଧନମୁକ୍ତ ହେଲେ। ଶେଷଜୀବନରେ ଏ ପୁଣି ନିଜ ପରିବାରଙ୍କ ସହିତ ବାସକଲେ। ଜଳନ୍ଧର ଜିଲ୍ଲାରେ ଏ କର୍ତ୍ତାରପୁର ନାମରେ ଗୋଟିଏ ସହର ବସାଇ ସେଠାରେ ଗୋଟିଏ ବଡ଼ ଧର୍ମଶାଳା ସ୍ଥାପନ କରିଥିଲେ। ଏ ଶିଖଧର୍ମର ପ୍ରତିଷ୍ଠାତା; ଶିଖମାନେ ଏହାଙ୍କ ଅନ୍ତେ ଏହାଙ୍କ ଉପଦେଶମାନ ସଂଗ୍ରହ କରି ଉକ୍ତ ସଂଗୃହୀତ ଗ୍ରନ୍ଥର ନାମ 'ଗ୍ରନ୍ଥସାହେବ' ରଖି ଏହାକୁ ପୂଜା କରନ୍ତି।] — [ଦ୍ର—ଏ ପଞ୍ଜାବର ରାବୀ ନଦୀର କୂଳରେ ଏକ ଗ୍ରାମ (ଆଧୁନିକ ରାୟପୁର)ରେ କ୍ଷତ୍ରିୟବଂଶରେ ଜନ୍ମଗ୍ରହଣ କରିଥିଲେ ଏ ପିଲା ଦିନରୁ ସାଂସାରିକ ବିଷୟରେ ଉଦାସୀନ ଥିଲେ ଓ ସାଧୁସେବା କରୁଥିଲେ ଏ16ବର୍ଷ ବୟସରେ ବିବାହ କରିଥିଲେ ଏହାଙ୍କର2ପୁତ୍ର ଜନ୍ମିଥିଲେ ଏ32ବର୍ଷ ବୟସରେ ଗୃହତ୍ୟାଗୀ ହୋଇ4ଜଣ ସଙ୍ଗୀଙ୍କୁ ନେଇ ପଞ୍ଜାବ ଓ ଉତ୍ତରଭାରତରେ ଏହି ମର୍ମରେ ଧର୍ମଉପଦେଶ ଦେବାକୁ ଲାଗିଲେ ଯେ ଈଶ୍ୱର ଏକ ଅଟନ୍ତି ଓ ହିନ୍ଦୁ ଏବଂ ମୁସଲମାନ ସେହି ଏକ ଈଶ୍ୱରଙ୍କ ଉପାସନା କରନ୍ତି ମୂର୍ତ୍ତିପୂଜା ଓ ବହୁ ଦେବୋପାସନାର ଏ ବିରୋଧୀ ଥିଲେ ଅନେକ ହିନ୍ଦୁ ଓ ମୁସଲମାନ ଏହାଙ୍କ ଶିଷ୍ୟ ହେଲେ ଏହାଙ୍କ ଶିଷ୍ୟମାନଙ୍କୁ ଶିଖ୍ ବୋଲାଗଲା ଦିଲ୍ଲୀର ତତ୍କାଳୀନ ବାଦସାହା ଇବ୍ରାହିମଲୋଦୀ ଏହାଙ୍କୁ କାରାବଦ୍ଧ କଲେ ଓ ବାବର୍ ପାଣିପଥ ଯୁଦ୍ଧରେ (ଖ୍ରୀ1524ରେ) ଇବ୍ରାହିମ୍ଙ୍କୁ ପରାସ୍ତ କରି ଦିଲ୍ଲୀ ସିଂହାସନ ଅଧିକାର କରିବା ପରେ ଏ ବନ୍ଧନମୁକ୍ତ ହେଲେ ଶେଷଜୀବନରେ ଏ ପୁଣି ନିଜ ପରିବାରଙ୍କ ସହିତ ବାସକଲେ ଜଳନ୍ଧର ଜିଲ୍ଲାରେ ଏ କର୍ତ୍ତାରପୁର ନାମରେ ଗୋଟିଏ ସହର ବସାଇ ସେଠାରେ ଗୋଟିଏ ବଡ଼ ଧର୍ମଶାଳା ସ୍ଥାପନ କରିଥିଲେ ଏ ଶିଖଧର୍ମର ପ୍ରତିଷ୍ଠାତା; ଶିଖମାନେ ଏହାଙ୍କ ଅନ୍ତେ ଏହାଙ୍କ ଉପଦେଶମାନ ସଂଗ୍ରହ କରି ଉକ୍ତ ସଂଗୃହୀତ ଗ୍ରନ୍ଥର ନାମ 'ଗ୍ରନ୍ଥସାହେବ' ରଖି ଏହାକୁ ପୂଜା କରନ୍ତି]