ନାକା Nākā
- ଦେ. ବିଣ. ପୁଂ. (ସଂ. ନାସିକା) — ବଡ଼ ବା ସୁଦୀର୍ଘ ନାକ ବିଶିଷ୍ଟ; ନାକୁଆ — Large-nosed; long-nosed
- ପ୍ରାଦେ. (ସମ୍ବଲପୁର) ବି. (ହି. ନାକା) — ନଗର ଆଦିର ପ୍ରବେଶ ଦ୍ୱାର ବା ଫାଟକ — A gate for entering into a town; a turnpike
- ପ୍ରାଦେ. (ସମ୍ବଲପୁର) ବି. (ହି. ନାକା) — ନଗର ଆଦିରେ ପଣ୍ୟବାହୀମାନଙ୍କଠାରୁ ଶୁଳ୍କ ବା ମାସୁଲ ଅସୁଲ କରିବା ପାଇଁ ସିପାହି ଯେଉଁ ସ୍ଥାନରେ ଥାଆନ୍ତି — An outpost where sentries are stationed to realies the town-duty
- ଦେ. ବି. — ପାତ୍ର ଆଦିର ବଙ୍କା ହାତ୍ସା — Nozzle of cups and jugs
- ଦେ. ବି. — ଛୁଞ୍ଚିର ଛିଦ୍ର ଥିବା ଅଂଶ — The end of the needle having the eye-let