ନଳା Naḻā
- ଦେ. ବି—(ସଂ. ନଳ) — ପାଣି ବହି ଯିବାର ନାଳ — Drain; gutter
- ଦେ. ବି—(ସଂ. ନଳ) — କୋଠା ଆଦି ଉଚ୍ଚ ସ୍ଥାନରୁ ନିମ୍ନକୁ ପାଣି ଗଡ଼ିବା ନିମନ୍ତେ ସ୍ଥାପିତ ନଳ — Water-pipe
- ଦେ. ବି—(ସଂ. ନଳ) — ପୋଲ ଆଦିର ଫୁକାର — An opening or arch in a bridge or culvert
- ଦେ. ବି—(ସଂ. ନଳ) — (ଯଥା—ଅଠରନଳା ପୋଲ।)
- ଦେ. ବି—(ସଂ. ନଳ) — ବାଉଁଶ ଆଦିର ଏକ ପାଖ ଖୋଲା ଚୁଙ୍ଗା — A bamboo tube with one end open
- ଦେ. ବି—(ସଂ. ନଳ) — [ଦ୍ର—ଏଥିରେ ତେଲ ଆଦି ରଖା ଯାଏ ।]
- ଦେ. ବି—(ସଂ. ନଳ) — ନୋଳା; ବେତର ପ୍ରହାର ଯୋଗୁଁ ଦେହରେ ରହିବା ଲମ୍ବ ଚିହ୍ନ — A long mark left on the body after a cane-beating; stripe
- ପ୍ରାଦେ. (ଗଞ୍ଜାମ) ବି. — ଧାନଗଛର ରୋଗବିଶେଷ; ପେଏଁ— କାଳିଆ ରୋଗ; କାହାଳିଆ ରୋଗ — A pest affecting paddy plants
- ପ୍ରାଦେ. (ଗଞ୍ଜାମ) ବି. — ନଳା ପୋକ (ଦେଖ) — Naḻā poka (See)