ନନ୍ଦ Nanda

  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — ଆନନ୍ଦ — Gladness; joy
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — (ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅ)— (ନାମ) ଶ୍ରୀକୃଷ୍ଣଙ୍କର ପାଳକ ପିତା — Name of the foster-father of Ṡrīkṛushṇa
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — [ଦ୍ର—ଏ ମଥୁରା ରାଜାଙ୍କ ଅଧୀନ ବ୍ରଜର ଗୋପାଳମାନଙ୍କର ରାଜା ଥିଲେ। ଏହାଙ୍କ ସ୍ତ୍ରୀ ଯଶୋଦା। ବସୁଦେବଙ୍କ ସହିତ ଏହାଙ୍କର ମିତ୍ରତା ଥିଲା। ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ହେଲା ବେଳେ ଯଶୋଦାଙ୍କ ଗର୍ଭରୁ ମହାମାୟା ବା ଦୁର୍ଗା ଗୋଟିଏ କନ୍ୟାରୂପେ ଜନ୍ମଗ୍ରହଣ କଲେ। କଂସର ଭୟରେ ବସୁଦେବ ସଦ୍ୟୋଜାତ ଶ୍ରୀକୃଷ୍ଣଙ୍କୁ ନେଇ ଯଶୋଦାଙ୍କ କ୍ରୋଡ଼ରେ ରଖି ଯଶୋଦାଙ୍କ କନ୍ୟାକୁ ଆଣି ଦେବକୀଙ୍କ କ୍ରୋଡ଼ରେ ରଖିଲେ। କଂସ ସେହି କନ୍ୟାକୁ ପଥରରେ ପିଟି ଦେଲା ବେଳେ ସେ କନ୍ୟା କଂସ ହାତରୁ ଖସି ଶୂନ୍ୟରେ ଉଭେଇ ଗଲେ। ଶ୍ରୀକୃଷ୍ଣ ଯଶୋଦାଙ୍କ କ୍ରୋଡ଼ରେ ବଢ଼ିଲେ। କଂସର ଭୟରେ ନନ୍ଦ ଶ୍ରୀକୃଷ୍ଣଙ୍କୁ ମଥୁରାରୁ ନେଇ ବୃନ୍ଦାବନରେ ବାସ କଲେ। ନନ୍ଦ ଥରେ ଯମୁନାକୁ ସ୍ନାନ କରିବା ପାଇଁ ଯାଇଥିଲେ। ଏହି ସମୟରେ ସେଠାରୁ ବରୁଣଙ୍କ ଦୂତ ତାଙ୍କୁ ଧରି ବରୁଣଙ୍କଠାକୁ ନେଇଗଲେ; ପରେ ଶ୍ରୀକୃଷ୍ଣ ବରୁଣଙ୍କଠାରୁ ନନ୍ଦଙ୍କୁ ମୁକୁଳାଇ ଆଣିଲେ। ନନ୍ଦ ପୂର୍ବଜନ୍ମରେ ଦକ୍ଷପ୍ରଜାପତି ଓ ଯଶୋଦା ତାଙ୍କ ସ୍ତ୍ରୀ ଥିଲେ। ସ୍ୱାମୀଙ୍କ ଅପମାନରେ ସତୀ ଯଜ୍ଞକୁଣ୍ଡରେ ଝାସ ଦେଇ ଦେହତ୍ୟାଗ କରିବାରୁ ଏ ଦମ୍ପତି ତପସ୍ୟା କଲେ। ସତୀ ପ୍ରସନ୍ନା ହୋଇ ବର ଦେଇଥିଲେ ଯେ ଆରଜନ୍ମରେ ଦ୍ୱାପରରେ ତୁମ୍ଭେ ଦୁହେଁ ନନ୍ଦ ଯଶୋଦା ହେବ ଓ ମୁଁ ତୁମର କନ୍ୟା ହୋଇ ଜନ୍ମିବି। ତଦନୁସାରେ ସତୀ କନ୍ୟାରୂପେ ଯଶୋଦାଙ୍କ ଗର୍ଭରୁ ଜନ୍ମଗ୍ରହଣ କଲେ ଓ ବସୁଦେବ ତାଙ୍କୁ ନେଇ ଶ୍ରୀକୃଷ୍ଣଙ୍କୁ ଯଶୋଦାଙ୍କ କ୍ରୋଡ଼ରେ ରଖି ଗଲେ ଓ ସେହି କନ୍ୟାରୂପଧାରିଣୀ ସତୀଙ୍କୁ କଂସ କଚାଡ଼ି ଥିଲା।]
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — ବିଷ୍ଣୁ — Name of Bishṇu
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — ପାଟଳିପୁତ୍ର (ମଗଧର)ର ଚନ୍ଦ୍ରବଂଶୀୟ ରାଜବଂଶ — Name of a dynasty of kings of the ancient Magadha
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — [ଦ୍ର—ଏହି ବଂଶର ଆଠଜଣ ରାଜା ରାଜତ୍ୱ କରିଥିଲେ। ଶେଷ ରାଜା ଚାଣକ୍ୟଙ୍କ ବିରାଗଭାଜନ ହେବାରୁ ସେ ଚାଣକ୍ୟଙ୍କ ଉଦ୍ୟମରେ ହତ ହୋଇଥିଲେ ଏବଂ ମୌର୍ଯ୍ୟବଂଶୀୟ ଚନ୍ଦ୍ରଗୁପ୍ତ ମଗଧ ସିଂହାସନ ଅଧିକାର କଲେ। ଏ ବଂଶ ଖ୍ରୀ. ପୂ. 400 ଠାରୁ ଖ୍ରୀ. ପୂ. 300 ପର୍ଯ୍ୟନ୍ତ ରାଜତ୍ୱ କଲେ। — [ଦ୍ର—ଏହି ବଂଶର ଆଠଜଣ ରାଜା ରାଜତ୍ୱ କରିଥିଲେ ଶେଷ ରାଜା ଚାଣକ୍ୟଙ୍କ ବିରାଗଭାଜନ ହେବାରୁ ସେ ଚାଣକ୍ୟଙ୍କ ଉଦ୍ୟମରେ ହତ ହୋଇଥିଲେ ଏବଂ ମୌର୍ଯ୍ୟବଂଶୀୟ ଚନ୍ଦ୍ରଗୁପ୍ତ ମଗଧ ସିଂହାସନ ଅଧିକାର କଲେ ଏ ବଂଶ ଖ୍ରୀ. ପୂ.400ଠାରୁ ଖ୍ରୀ. ପୂ.300ପର୍ଯ୍ୟନ୍ତ ରାଜତ୍ୱ କଲେ
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — ନନ୍ଦ ବଂଶର ପ୍ରଥମ ରାଜା — A name of the first king of the Nanda dynasty
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — [ଦ୍ର—ରାଜା ମହାନନ୍ଦଙ୍କ ଔରସରେ ଏକ ଶୂଦ୍ରାର ଗର୍ଭରୁ ଏହାଙ୍କର ଜନ୍ମ। ବରରୁଚି କେତେକ ସମୟ ଏହାଙ୍କର ମନ୍ତ୍ରୀ ଥିଲେ। ଖ୍ରୀଷ୍ଟ ଜନ୍ମର ଚାରି ଶତାବ୍ଦୀ ପୂର୍ବେ ଏ ବିଦ୍ୟମାନ ଥିଲେ। (ସୁବଳଚନ୍ଦ୍ର)]
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — କୁବେରଙ୍କ ନଅ ନିଧି ମଧ୍ୟରୁ ଏକତମ ନିଧି — One of the nine treasurers possessed by Kubera, the God of wealth
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — 11 ଇଞ୍ଚ ଲମ୍ବ ବେଣୁ ବା ବଂଶୀବିଶେଷ — 11ଇଞ୍ଚ ଲମ୍ବ ବେଣୁ ବା ବଂଶୀବିଶେଷ— . A kind of musical flute 11 inches long
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — ମୃଦଙ୍ଗବିଶେଷ — A kind of musical drum
  • ସଂ. ବି. (ନନ୍ଦ୍ ଧାତୁ+ଭାବ. ଅ) — ପରମେଶ୍ୱର — God