ନଗ Naga

  • ସଂ. ବିଣ. (ନ=ନୁହେଁ=ଗମ୍ ଧାତୁ=ଯିବା+କର୍ତ୍ତୃ. ଅ; ଯାହା ଗତି କରେ ନାହିଁ) — ଅଚଳ; ସ୍ଥିର — Immobile
  • ସଂ. ବିଂ. — ପର୍ବତ — Mountain
  • ସଂ. ବିଂ. — ବୃକ୍ଷ — Tree
  • ସଂ. ବିଂ. — ସାତ ସଂଖ୍ୟା (ହି. ଶ.) — The number seven (Apte)
  • ସଂ. ବିଂ. — ସର୍ପ; ସାପ (ହି. ଶ) — Serpent (Apte)
  • ସଂ. ବିଂ. — ସୂର୍ଯ୍ୟ (ହି. ଶ) — The sun (Apte)
  • ସଂ. ବିଂ. — ବୃକ୍ଷଲତାଦି — A plant (in general) (Apte)
  • ଦେ. ବି. ପୁଂ—(ଆଦରାର୍ଥ) — ନଗେନ୍ଦ୍ରର ଡାକ ନାମ — A name by which Nagendra is called