ନଗଦ Nagada

  • ବୈଦେ. ବି (ଆ. ନକ୍ଦ) — ଗଚ୍ଛିତ ଟଙ୍କା; ରୋକଡ଼; ମୁଦ୍ରାରୂପୀ ଧନ — Cash; ready money
  • ବୈଦେ. ବି (ଆ. ନକ୍ଦ) — ସଙ୍ଗେ ସଙ୍ଗେ ଟଙ୍କା ଆଦାନ ପ୍ରଦାନ — Cash payment; cash transaction
  • ବୈଦେ. ବି (ଆ. ନକ୍ଦ) — (ଯଥା—ସିଦ୍ଧେଶ୍ୱରପୁର ଦେଶଶାସନ ମକଦମ ନଗଦ ଗଣାଇଲା— ଶିଶୁ ହସ୍ତାକ୍ଷର ଲିପି।)
  • ବିଣ — ଗଚ୍ଛିତ; ଉପସ୍ଥିତ (ମୁଦ୍ରା) — Cash
  • ବିଣ — ସଙ୍ଗେ ସଙ୍ଗେ ଦେୟ ବା ଦିଆ ଯାଇଥିବା — Payable or paid in cash
  • ବିଣ — ସଙ୍ଗେ ସଙ୍ଗେ ମୂଲ୍ୟ ଦିଆଯାଇ କ୍ରୀତ — Purchased on cash payment
  • ବିଣ — ଅତି ଅଳ୍ପ କାଳ ହେଲା ଘଟିଥିବା — Recent; of very late occurrence
  • କ୍ରି. ବିଣ — ସଙ୍ଗେ ସଙ୍ଗେ (ଟଙ୍କା ଦେବା) — (payment of money) In cash; in ready money
  • କ୍ରି. ବିଣ — ଅତିଶୀଘ୍ର; ସଙ୍ଗେସଙ୍ଗେ — Immediately; at once
  • କ୍ରି. ବିଣ — ଅତି ଅଳ୍ପକାଳ ହେଲା — Recently
  • ପ୍ରାଦେ (ଭତରି ଭାଖା) ବିଣ — ଉତ୍ତମ — Excellent