ଧ୍ରୁବ Dhruba

  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — ନିଶ୍ଚଳ ତାରକାବିଶେଷ; ପୃଥିବୀର ଉତ୍ତର କେନ୍ଦ୍ରର ଠିକ୍ ଊର୍ଦ୍ଧ୍ୱରେ ଅବସ୍ଥିତ ସ୍ଥିର ତାରକା — The pole star; the polaris
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — [ଦ୍ର—ଏହା ସର୍ବଦା ସ୍ଥିର। ଏହାକୁ ଦେଖି ଅକୂଳ ସମୁଦ୍ରରେ ଓ ମରୁଭୂମିରେ ନାବିକ ଓ ପଥିକମାନେ ରାତିରେ ଦିଗ ଓ ଗନ୍ତବ୍ୟ ପଥ ନିର୍ଣ୍ଣୟ କରନ୍ତି। ଉତ୍ତର ଓ ଦକ୍ଷିଣରେ ଏପରି 2 ଟି ସ୍ଥିର ତାରା ଅଛନ୍ତି। ସାଧାରଣତଃ ଆମ୍ଭେମାନେ ଉତ୍ତର ଧ୍ରୁବ ତାରା (ସୌମ୍ୟ ଧ୍ରୁବତାରା)କୁ ଦେଖୁଁ। ଦକ୍ଷିଣ ଧ୍ରୁବତାରା (ବା ଯାମ୍ୟ ଧ୍ରୁବତାରା) ଦକ୍ଷିଣ ଦିଗ୍ବଳୟ ତଳେ ଥିବାରୁ ଆମ୍ଭମାନଙ୍କୁ ଦେଖାଯାଏ ନାହିଁ। ସାଧାରଣତଃ ଉତ୍ତରଧ୍ରୁବ ବା ସୌମ୍ୟ ଧ୍ରୁବକୁ ଧ୍ରୁବ ନକ୍ଷତ୍ର ବୋଲାଯାଏ। ('ନକ୍ଷତ୍ର' ତଳେ ନୋଟ୍ ଦେଖ)।] — [ଦ୍ର—ଏହା ସର୍ବଦା ସ୍ଥିର ଏହାକୁ ଦେଖି ଅକୂଳ ସମୁଦ୍ରରେ ଓ ମରୁଭୂମିରେ ନାବିକ ଓ ପଥିକମାନେ ରାତିରେ ଦିଗ ଓ ଗନ୍ତବ୍ୟ ପଥ ନିର୍ଣ୍ଣୟ କରନ୍ତି ଉତ୍ତର ଓ ଦକ୍ଷିଣରେ ଏପରି2ଟି ସ୍ଥିର ତାରା ଅଛନ୍ତି ସାଧାରଣତଃ ଆମ୍ଭେମାନେ ଉତ୍ତର ଧ୍ରୁବ ତାରା (ସୌମ୍ୟ ଧ୍ରୁବତାରା)କୁ ଦେଖୁଁ ଦକ୍ଷିଣ ଧ୍ରୁବତାରା (ବା ଯାମ୍ୟ ଧ୍ରୁବତାରା) ଦକ୍ଷିଣ ଦିଗ୍ବଳୟ ତଳେ ଥିବାରୁ ଆମ୍ଭମାନଙ୍କୁ ଦେଖାଯାଏ ନାହିଁ ସାଧାରଣତଃ ଉତ୍ତରଧ୍ରୁବ ବା ସୌମ୍ୟ ଧ୍ରୁବକୁ ଧ୍ରୁବ ନକ୍ଷତ୍ର ବୋଲାଯାଏ ('ନକ୍ଷତ୍ର' ତଳେ ନୋଟ୍ ଦେଖ)]
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — ନିଶ୍ଚଳ — Certainty
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — (ଭୂଗୋଳ) ପୃଥିବୀର ଅକ୍ଷଦଣ୍ଡର ପ୍ରାନ୍ତଦ୍ୱୟ — (geography) The two ends of the earth's axis; the poles of the earth
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — [ଦ୍ର—ଉତ୍ତର ପ୍ରାନ୍ତକୁ ଉତ୍ତର ଧ୍ରୁବ ବା ସୌମ୍ୟ ଧ୍ରୁବ ଓ ଦକ୍ଷିଣ ପ୍ରାନ୍ତକୁ ଦକ୍ଷିଣ ଧ୍ରୁବ ବା ଯାମ୍ୟଧ୍ରୁବ ବୋଲାଯାଏ।
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — ପୃଥିବୀ ଲଟୁ ପରି ଆପଣା ଅକ୍ଷଦଣ୍ଡ ଉପରେ ଘୂରୁ ଘୂରୁ ବର୍ଷକେ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଅଛି। ଏହି ଅକ୍ଷଦଣ୍ଡ — (axis)ର ଉତ୍ତର ମୁଣ୍ଡ ଉତ୍ତରଧ୍ରୁବ ବା ସୁମେରୁ ଓ ଦକ୍ଷିଣମୁଣ୍ଡ ଦକ୍ଷିଣଧ୍ରୁବ ବା କୁମେରୁ ଅଟେ ଏହି ମେରୁ ଦ୍ୱୟରୁ ଯଥାକ୍ରମେ ଦକ୍ଷିଣକୁ ଓ ଉତ୍ତରକୁ23 1/2ଡିଗ୍ରୀ ଛଡ଼ା ଯେଉଁ ବୃତ୍ତ କଳ୍ପିତ ହୋଇଅଛି ତାହା ଯଥାକ୍ରମେ ଉତ୍ତର ଓ ଦକ୍ଷିଣ ଶୀତକଟିବନ୍ଧ ଅଟେ ଧ୍ରୁବଦ୍ୱୟ ଓ ଉକ୍ତ କଟିବନ୍ଧଦ୍ୱୟର ମଧ୍ୟସ୍ଥ ଅଞ୍ଚଳଦ୍ୱୟ ଶୀତପ୍ରଧାନ ଅଟେ ଓ ସର୍ବଦା ବରଫରେ ଆବୃତ ଧ୍ରୁବ ଦ୍ୱୟର ସନ୍ନିକଟସ୍ଥ ଅଞ୍ଚଳରେ ଦିନ ରାତି ସମାନ ହୁଏ ନାହିଁ ସୂର୍ଯ୍ୟ ଉତ୍ତରାୟଣରେ ଥିବା6ମାସ ଉତ୍ତର ଧ୍ରୁବ ଅଞ୍ଚଳରେ ବରାବର ଦିନ ହୁଏ ଓ ଦକ୍ଷିଣ ଧ୍ରୁବ ଅଞ୍ଚଳରେ ବରାବର ରାତି ହୁଏ ସୂର୍ଯ୍ୟ ଦକ୍ଷିଣାୟନରେ ଥିବା6ମାସ ଦକ୍ଷିଣଧ୍ରୁବ ଅଞ୍ଚଳରେ6ମାସ ବରାବର ଦିନ ହୁଏ ଓ ଉତ୍ତର ଧ୍ରୁବ ଅଞ୍ଚଳରେ6ମାସ ବରାବର ରାତି ହୁଏ ସେ ଅଞ୍ଚଳରେ ଆମଆଡ଼ ପରି ସୂର୍ଯ୍ୟ ଓ ଚନ୍ଦ୍ର ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହେବା ଦେଖାଯାଆନ୍ତି ନାହିଁ, କିନ୍ତୁ ଆକାଶରେ ଚାରି ଦିଗରେ ଘଣା ବଳଦ ପରି ଘୂରୁ ଥିବାର ଦେଖା ଯାଆନ୍ତି ଏହି ଧ୍ରୁବ ପ୍ରଦେଶ ଦ୍ୱୟରେ ଉଷାକାଳ ଓ ସନ୍ଧ୍ୟାକାଳର ରକ୍ତିମା ଦିଗ୍ବଳୟରେ20ଦିନ କାଳ ଘୂରିବା ପରି ଦେଖା ଯାଏ ଧ୍ରୁବ ପ୍ରଦେଶରେ ଶବ୍ଦର ଗତି ଖୁବ ଚଞ୍ଚଳ ହୁଏ ଏହି ପ୍ରଦେଶମାନଙ୍କରେ ରାତ୍ରି ହୋଇ ଥିବା6ମାସ ମଧ୍ୟରେ ସମୟେ ସମୟେ ମେରୁଜ୍ୟୋତି(aurora)ନାମରେ ଗୋଟିଏ ନୈସର୍ଗିକ ନାନାବର୍ଣ୍ଣର ବିଚିତ୍ର ଜାଜ୍ୱଲ୍ୟମାନ ଆଲୋକବିଳାସ ଦେଖାଯାଏ (ହି. ଶ.)]
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — ପୃଥିବୀର ଉତ୍ତର କେନ୍ଦ୍ର; ସୁମେରୁ (ଜ୍ଞାନେନ୍ଦ୍ର) — The north pole of the earth
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — ସ୍ଥାୟିତ୍ୱ — Permanence
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — ବ୍ରହ୍ମା — Brahmā
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — ବସୁବିଶେଷ; ଅଷ୍ଟାବସୁ ମଧ୍ୟରୁ ଏକତମ — Name of one of the 8 Basu Deities
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — ବିଷ୍ଣୁ — Bishṇu
  • ସଂ. ବି. (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ) — ଶିବ — Ṡiba