ଧୋଇ Dhoi

  • ଦେ. ବି. (ସଂ. ଧାବ ଧାତୁ=ଧୋଇବା) — ପ୍ରବଳ ନଈବଢ଼ି — High flood; inundation
  • ଦେ. ବି. (ସଂ. ଧାବ ଧାତୁ=ଧୋଇବା) — ଜଳବହୁଳତା ଯୋଗୁଁ ଶସ୍ୟ ଆଦିର ନଷ୍ଟି — The state of the crops etc being washed away by flood; devastation of a country by flood
  • ଦେ. ବି. (ସଂ. ଧାବ ଧାତୁ=ଧୋଇବା) — ଅତିବୃଷ୍ଟିଜନିତ ଜଳବହୁଳତା; ଜଳ ପ୍ଳାବନ — The state of a country being over flooded by excessive rain
  • ଦେ. ବି. (ସଂ. ଧାବ ଧାତୁ=ଧୋଇବା) — (ପୁଂ) (ଆଦରାର୍ଥକ) ଧୋବା ନାମକ ବ୍ୟକ୍ତିର ଡାକ ନାମ — Name for calling Dhobā
  • ଦେ. ବି. (ସଂ. ଧାବ ଧାତୁ=ଧୋଇବା) — (ସ୍ତ୍ରୀ) ସ୍ତ୍ରୀମାନଙ୍କୁ ଦିଆଯିବା ନାମ — A name given to females
  • ଦେ. ବିଣ — କୌଣସି ସ୍ଥାନ ବର୍ଷାଜଳ ଆଦିରେ ଧୂଆ ହେବା ପରେ ସେଠାରୁ ଗଡ଼ି ଆସୁଥିବା (ଜଳ) — (rain-water) Washed off from a place
  • ଦେ. ବିଣ — (ଯଥା—ଗାଆଁର ଧୋଇ ପାଣି ଏହି ବିଲବାଟେ ଯାଏ।)