ଧେଡ଼ Dheṟḍ̠a
- ଦେ. ବି. ପୁଂ — ନୀଚ ଅସ୍ପୃଶ୍ୟ ଅନାର୍ଯ୍ୟ ଜାତିବିଶେଷ — A low class of untouchables
- ଦେ. ବି. ପୁଂ — [ଦ୍ର—ଧେଡ଼ ନାମକ ଅନାର୍ଯ୍ୟଜାତିର ଲୋକେ ରାଜପୁତାନା, ପଞ୍ଜାବ ଓ ସଂଯୁକ୍ତପ୍ରଦେଶର ପଶ୍ଚିମ ଜିଲ୍ଲାମାନଙ୍କରେ ଅଛନ୍ତି। ଏମାନେ ଗ୍ରାମର ବାହାରେ ରହନ୍ତି ଓ ମୃତ ଗୋମେଷାଦିଙ୍କ ମାଂସ ଖାଆନ୍ତି। ରାଜପୁତାନାରେ ଏମାନେ ମୃତ ଗାଈବଳଦଙ୍କ ଚମଡ଼ା ଉତାରି ଚମାର (ମୋଚି)ଙ୍କୁ ବିକନ୍ତି। ରାଜପୁତାନାର ଧେଡ଼ମାନେ ଶୂକର ମାଂସ ଖାଆନ୍ତି ନାହିଁ— ହି, ଶବ୍ଦସାଗର। ]
- ଦେ. ବି. ପୁଂ — ଦକ୍ଷିଣିଆ ହାଡ଼ି ଜାତି — A low caste of sweepers hailing from S. India
- ଦେ. ବିଣ — ଅସ୍ଥିକଙ୍କାଳମାତ୍ରାବଶିଷ୍ଟ ତଥା ଅପରିଷ୍କୃତ ଅପରିଚ୍ଛନ୍ନ; ଖାଇବାକୁ ନ ପାଇବାରୁ ଯାହାର ଦେହ ଶୀର୍ଣ୍ଣ ହୋଇ ହାଡ଼ମାନ ବାହାରି ପଡ଼ିଥାଏ ଏବଂ ଯାହାର ଲୁଗାପଟା ଅତି ମଇଳା — (a person) Reduced to skeleton as a result of forced fasting or starvation and very unclean