ଧୀରା Dhīrā

  • ସଂ. ବିଣ. ସ୍ତ୍ରୀ (ଧୀର+ସ୍ତ୍ରୀ. ଆ) — ଧୀରର ସ୍ତ୍ରୀ ଲିଙ୍ଗ — Feminine of Dhīra (See)
  • ସଂ. ବିଣ. ସ୍ତ୍ରୀ (ଧୀର+ସ୍ତ୍ରୀ. ଆ) — ବ୍ୟଙ୍ଗ୍ୟକୋପ ପ୍ରକାଶିକା (ନାୟିକା); ଯେଉଁ ନାୟିକା ନିଜର ନାୟକଠାରେ ଅନ୍ୟ ନାୟିକା ପ୍ରତି ତାଙ୍କର ଆସକ୍ତିର ଚିହ୍ନ ଓ ଲକ୍ଷଣମାନ ଦେଖି ନିଜର କ୍ରୋଧକୁ ବାହାରେ ପ୍ରକାଶ କରେ ନାହିଁ କିମ୍ବା ବ୍ୟଙ୍ଗ୍ୟ ସହକାରେ ଆପଣାର ଈର୍ଷାଯୁକ୍ତ ମନୋଭାବ ନାୟକ ନିକଟରେ ପ୍ରକାଶ କରେ — (a heroine of a romance) Who though jealous of her lover or husband suppresses all manifestations of her resentment in his presence; (a wife) jealous of her husband but suppressing the outward manifestations of her jealousy; (a wife) who is jealous of her husband but conceals her resentment
  • ସଂ. ବିଣ. ସ୍ତ୍ରୀ (ଧୀର+ସ୍ତ୍ରୀ. ଆ) — [ ଦ୍ର—ସଂସ୍କୃତ ଓ ଭାରତୀୟ କାବ୍ୟମାନଙ୍କରେ ଆପଣା ନାୟକଙ୍କ ଦେହରେ ଅନ୍ୟ ନାୟିକାର ସଙ୍ଗମସୂଚକ ଚିହ୍ନ ଦେଖି କିମ୍ବା ନାୟକ ଅନ୍ୟ ସ୍ତ୍ରୀଠାରେ ଆସକ୍ତ ହେବା ବିଷୟ ଜାଣି ବା ସନ୍ଦେହ କରି ଯେଉଁ ନାୟିକା ଇର୍ଷ୍ୟାପରବଶା ହୋଇ ନାୟକଙ୍କ ପ୍ରତି କୂପିତ ହୁଏ, କିନ୍ତୁ ନିଜର କୋପକୁ ପ୍ରକାଶ କରେ ନାହିଁ, ଏପରି ନାୟିକାକୁ ଧୀରା ନାୟିକା ଓ ଯେଉଁ ନାୟିକା ବେଳେ ବେଳେ କୋପ ସମ୍ବରଣ କରେ ଓ ବେଳେ ବେଳେ କୋପ ପ୍ରକାଶ କରେ ତାକୁ ଧୀରାଧୀରା ନାୟିକା ବୋଲାଯାଏ।]
  • ସଂ. ବି. (ବୈଦ୍ୟକ) ଗୁଳୁଚି (ହି. ଶବ୍ଦସାଗର) (ଦେଖ) — 1. Guḻuchi (See)
  • ସଂ. ବି. (ବୈଦ୍ୟକ) କାକୋଳି (ହି. ଶବ୍ଦସାଗର) (ଦେଖ) — Kākoḻi (See)
  • ସଂ. ବି. (ବୈଦ୍ୟକ) ମହାଜ୍ୟୋତିଷ୍ମତୀ ଲତା (ହି. ଶବ୍ଦସାଗର) (ଦେଖ) — Mahājyotishmatī (See)
  • ଦେ .ବିଣ. — ଧୀର; ସ୍ଥିର — Calm
  • ଦେ .ବିଣ. — ଧୀରପ୍ରକୃତି ବିଶିଷ୍ଟ — Mild; gentle
  • ଦେ. କ୍ରି. ବିଣ. (ସଂ. ଧୀରଂ) — ଧୀରେ; ଆସ୍ତେ — Slowly; gently