ଧକା Dhakā

  • ଦେ. ବି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା) — ବାହୁଦ୍ୱାରା ଠେଲା; ବାହାଠେଲା — A push or shove with the arms
  • ଦେ. ବି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା) — ଖରଶ୍ୱାସ — Gasping; panting
  • ଦେ. ବି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା) — ଦୁଇ ପଦାର୍ଥ ପରସ୍ପର ସହିତ ଜୋର୍ରେ ବାଜିବା — Collision of two things
  • ଦେ. ବି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା) — (ଲକ୍ଷଣାର୍ଥ) ପ୍ରତିରୋଧ — (figurative) Obstruction; check
  • ଦେ. ବି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା) — (ଲକ୍ଷଣାର୍ଥ) କୌଣସି ବସ୍ତୁ ବା ଘଟଣା ଉପରେ ଅନ୍ୟ ବସ୍ତୁ ବା ଘଟଣାର ପ୍ରଭାବ — (figurative) The influence of a thing or act on another
  • ଦେ. ବି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା) — [ଦ୍ର—ଧକା, ନେ(ଲେ)ଡା, ହାବୁକା, ତଣ୍ଟିଆ, ଗଳଥା, ଠେଲା, କହୁଣିଆଁ ମଧ୍ୟରେ ନିମ୍ନଲିଖିତ ପ୍ରଭେଦ ଅଛି। ଧକା—ବାହା ଦ୍ୱାରା ଠେଲା। ନେ(ଲେ)ଡ଼ା—କରତଳ ଦ୍ୱାରା ଆଘାତ। ହାବୁକା— ପ୍ରସାରିତ ତର୍ଜନୀ ଓ ଅଙ୍ଗୁଷ୍ଠ ଦ୍ୱାରା ଠେଲା। ତଣ୍ଟିଆ—ପ୍ରସାରିତ ତର୍ଜନୀ ଓ ଅଙ୍ଗୁଷ୍ଠ ଦ୍ୱାରା ମନୁଷ୍ୟର ତଣ୍ଟିରେ ସମ୍ମୁଖ ଆଡୁ ଠେଲା। ଗଳଥା—ପ୍ରସାରିତ ତର୍ଜନୀ ଓ ଅଙ୍ଗୁଷ୍ଠ ଦ୍ୱାରା ମନୁଷ୍ୟର ବେକରେ ପଛଆଡୁ ଠେଲା। ଠେଲା—ଦେହର ସମସ୍ତ ବଳ ପ୍ରୟୋଗ ପୂର୍ବକ ବାହା ଦ୍ୱାରା ପେଲା। କହୁଣିଆଁ—କହୁଣି ଦ୍ୱାରା କୌଣସି ବ୍ୟକ୍ତିକୁ କଡ଼କୁ ବା ପଛକୁ ଠେଲା।]