ଧଉଳି Dhauḻi

  • ଦେ. ବି (ସଂ. ଧବଳ) — ଧାନଗଛରେ ଲାଗିବା ଏକପ୍ରକାର ଛୋଟ ଛୋଟ ଧଳା ପୋକ — A kind of white plant-lice infesting paddy plants
  • ଦେ. ବି (ସଂ. ଧବଳ) — [ଦ୍ର—ଏହି ପୋକ ଶ୍ରାବଣ ଓ ଭାଦ୍ର ମାସରେ ଧାନ ଗଛରେ ଲାଗନ୍ତି; ଗଛ ହଳଦିଆ ପଡିଯାଏ ଓ ଭଲ କେଣ୍ଡା ବାହାରେ ନାହିଁ । ଏ ପୋକ ଗଛର କଢ଼ ଖାଇଯିବାରୁ ଗଛ ମଧ୍ୟ ମରିଯାଏ ।]
  • ଦେ. ବି (ସଂ. ଧବଳ) — ବାଉଁଶ କାଠିରେ ବୁଣା ହୋଇଥିବା ମାଛ ଧରିବା ଯନ୍ତ୍ର ବିଶେଷ; ଧଇରି — A contrivance for fishing made of bamboo-laths
  • ଦେ. ବି (ସଂ. ଧବଳ) — ସ୍ତ୍ରୀ (ସଂ. ଧବଳା, ଧବଳୀ)—ଧଳା ଗାଈ — White cow
  • ଦେ. ବି (ସଂ. ଧବଳ) — ଧଉଳିଗିରି (ଦେଖ) — Dhauligiri (See)
  • ଦେ. ବିଣ. ସ୍ତ୍ରୀ — ଧବଳବର୍ଣ୍ଣ ବିଶିଷ୍ଟା; ଧଳା — White