ଦ Da
- ସଂ. — ଅଷ୍ଟାଦଶ ବ୍ୟଞ୍ଜନବର୍ଣ୍ଣ; ତ ବର୍ଗର ତୃତୀୟବର୍ଣ୍ଣ। ଏହାର ଉଚ୍ଚାରଣ ସ୍ଥାନ ଦନ୍ତ — The 18th consonant pronounced with the help of the teeth; corresponding to English 'th' as in 'bathe'
- ସଂ. — [ଦ୍ର—ଏହି ଅକ୍ଷରର ଉପର ଅଂଶ ଦହିନଉତି ଉପରେ ଘୋଡ଼ିଆ ହୋଇଥିବା ପଲମ ଆକୃତିବିଶିଷ୍ଟ ଥିବାରୁ ଅବଧାନମାନେ ପିଲାମାନଙ୍କୁ ଏହି ଅକ୍ଷରକୁ ଲେଖିବାକୁ ଶିକ୍ଷାଦେବା ସମୟରେ ଦହିନଉତିଆ 'ଦ' ବୋଲି କହିଥାଆନ୍ତି।]
- ସଂ. — ବିଶେଷଣବାଚକ ପ୍ରତ୍ୟୟ (ଅର୍ଥ) ଦାତା; ଯେ ଦିଏ — A suffix meaning 'giver'
- ସଂ. — [ଦ୍ର—ଦା ଧାତୁ ନିଷ୍ପନ୍ନ ଏହି 'ଦ' ସାଧାରଣତଃ ଅନ୍ଯ ଶବ୍ଦ ପରେ ପ୍ରଯୁକ୍ତ ହୁଏ। ଯଥା—ଧନଦ, ଗରଦ, ଜଳଦ, ବାରିଦ, କରଦ ଇତ୍ୟାଦି। ଏହାର ସ୍ତ୍ରୀଲିଙ୍ଗରେ ଦା ହୁଏ। ଯଥା—ଧନଦା, ବରଦା, ମୋକ୍ଷଦା ଇତ୍ୟାଦି।]
- ସଂ. — ପର୍ବତ — Mountain
- ସଂ. — (+ଭାବ. ଅ) ଦାନ — Gift
- ସଂ. — ତ୍ୟାଗ — Act of relinquishing
- ସଂ. — (ଦୋ ଧାତୁ=ଛେଦନ କରିବା+ଭାବ. ଅ)— ଛେଦନ — Cutting
- ସଂ. — ଭାଗ କରିବା — Dividing
- ସଂ. — (ଦା+କର୍ତ୍ତୃ. ଅ) ଦାତା — Giver; a bounteous man
- ସଂ. — (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ)— ପତ୍ନୀ; ଭାର୍ଯ୍ଯା — Wife
- ସଂ. — ଶୁଦ୍ଧ — Pure; purified