ଦୋକାଟ Dokāṭa
- ଦେ. ବିଣ — (ଧାନ. ତମାଖୁ, ଆଖୁ ଆଦି ଗଛ) ଥରେ କାଟ ହେବା ପରେ ପୁଣି କୁଆଁ ବାହାରିଲେ ଆଉ ଥରେ କଟା ଯିବା (ଗଛ) — Cut for the second time
- ଦେ. ବିଣ — ଦୁଇ ଥର କଟା ଯିବା (ଧାନ ଗଛ) — Cut twice
- ଦେ. ବି — ଧାନ, ତମାଖୁ ଆଖୁ ଗଛ ଆଦିର କାଣ୍ଡ ଦୁଇଥର କଟାଯିବା — Cutting of a plant (e.g. paddy) twice
- ଦେ. ବି — କଦଳୀ ବାଡ଼ିରେ ପ୍ରଥମ ଥର କେତେକ ଗଛରେ ପେଣ୍ଡା ପଡ଼ି ସାରିବା ପରେ ଅନ୍ଯ ଗଛମାନଙ୍କରେ ଦ୍ୱିତୀୟ ଥର ପେଣ୍ଡା ପଡ଼ିବା — The coming out of bunches of plantain from the trunks of some other plantain trees after some trees have borne fruits