ଦେଖ୍ Dekh

  • ଦେ. ଅ (ଅନାଦରାର୍ଥକ) — ସାବଧାନ; ହୁସିଆର — (Interjection) Take care; be careful !
  • ଦେ. ଅ (ଅନାଦରାର୍ଥକ) — (ଯଥା—ଦେଖ୍ ! ଖସଡ଼ାରେ ଯେପରି ତୋ ଗୋଡ଼ ଖସଡ଼ି ନ ଯାଏ)
  • ଦେ. ଅ (ଅନାଦରାର୍ଥକ) — ହେ ସଂସାରେ ଲୋକ ବା ଉପସ୍ଥିତ ଲୋକେ ! ଦେଖ, ଏହା କେଡ଼େ ଅଦ୍ଭୁତ ବା ହାସ୍ୟାସ୍ପଦ — (Interjection); How funny ! Lo ! Look ! Behold !
  • ଦେ. ଅ (ଅନାଦରାର୍ଥକ) — ଦେଖରେ ଭଲା ! ବିରାଡ଼ି ବେଇଛି ମାକଡ଼ ପିଲା। ଢଗ।
  • ଦେ. ଅ (ଅନାଦରାର୍ଥକ) — ବିଚାର କର ! ଏକଥାକୁ ଉତ୍ତମରୂପେ ବିବେଚନାକର — (Interjection) Just see; think of the matter
  • ଦେ. କ୍ରି — (ଦେଖିବା କ୍ରିୟାର ଅନୁଜ୍ଞା ମଧ୍ୟମ ପୁରୁଷ ଅନାଦରାର୍ଥକ ଏକବଚନରେ ତୁ କର୍ତ୍ତାସଙ୍ଗେ ବ୍ଯବହୃତ ଆକାର) (ତୁ) ଚାହାଁ — (Thou) Do look