ଦେଉଳ Deuḻa
- ଦେ. ବି (ସଂ. ଦେବାଳୟ; ଦେବକୁଳ) — ଦେବ ମନ୍ଦିର; ଦେବାଳୟ — Temple
- ଦେ. ବି (ସଂ. ଦେବାଳୟ; ଦେବକୁଳ) — [ଦ୍ର—ଦେଉଳମାନ ଗଠନରୀତି ଅନୁସାରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ଯଥା— 1 । ଏକରଥ—ଏହା ପ୍ରାଚୀନ ଶ୍ରେଷ୍ଠ ଦେଉଳ। 2 । ତ୍ରିରଥ—ଏହା ବ୍ରାହ୍ମଣ ଜାତୀୟ। 3 । ପଞ୍ଚରଥ—ଏହା କ୍ଷତ୍ରିୟ ଜାତୀୟ। 4 । ସପ୍ତରଥ—ଏହା ବୈଶ୍ୟ ଜାତୀୟ। 5 । ନବରଥ— ଏହା ଶୂଦ୍ର ଜାତୀୟ। ଜଗବନ୍ଧୁ, ପ୍ରାଚୀନ ଉତ୍କଳ। ଦେଉଳର ବିଭିନ୍ନ ଅଂଶମାନଙ୍କର ନାମ ଯଥା— 1 । କଳସ, 2 । କର୍ପୂରୀ, 3 । ଅଅଁଳା ବା ଆମଳକ, 4 । ବେକୀ, 5 । ଘାଟଚକ୍ର, 6 । ବିମାନ, 7 । ରାହାପାଗ, 8 । ଅନର୍ଥପାଗ, 9 । କନକ ପାଗ, 10 । ଦ୍ୱିତୀୟ ଜଙ୍ଘା, 11 । ଦ୍ୱିତୀୟ ବରଣ୍ଡୀ, 12 । ବନ୍ଧନ, 13 । ପ୍ରଥମ ବରଣ୍ଡୀ, 14 । ପ୍ରଥମ ଜଙ୍ଘା, 15 । ପୃଷ୍ଠ ବା ପୀଠ ଭିତରର ଅଂଶମାନ ଯଥା— 1 । କାନ୍ଥ, 2 । ଗମ୍ଭୀରା, 3 । କନକ, 4 । ଅନର୍ଥ, 5 । ରାହାପାଗ। ଦେଉଳର ଚିତ୍ର ପାଇଁ ଏ ଚତୁର୍ଥ ଖଣ୍ଡର ଶେଷରେ ପରିଶିଷ୍ଟ ଦେଖନ୍ତୁ। — [ଦ୍ର—ଦେଉଳମାନ ଗଠନରୀତି ଅନୁସାରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ଯଥା—1 ଏକରଥ—ଏହା ପ୍ରାଚୀନ ଶ୍ରେଷ୍ଠ ଦେଉଳ2 ତ୍ରିରଥ—ଏହା ବ୍ରାହ୍ମଣ ଜାତୀୟ3 ପଞ୍ଚରଥ—ଏହା କ୍ଷତ୍ରିୟ ଜାତୀୟ4 ସପ୍ତରଥ—ଏହା ବୈଶ୍ୟ ଜାତୀୟ5 ନବରଥ— ଏହା ଶୂଦ୍ର ଜାତୀୟ ଜଗବନ୍ଧୁ, ପ୍ରାଚୀନ ଉତ୍କଳ ଦେଉଳର ବିଭିନ୍ନ ଅଂଶମାନଙ୍କର ନାମ ଯଥା—1 କଳସ,2 କର୍ପୂରୀ,3 ଅଅଁଳା ବା ଆମଳକ,4 ବେକୀ,5 ଘାଟଚକ୍ର,6 ବିମାନ,7 ରାହାପାଗ,8 ଅନର୍ଥପାଗ,9 କନକ ପାଗ,10 ଦ୍ୱିତୀୟ ଜଙ୍ଘା,11 ଦ୍ୱିତୀୟ ବରଣ୍ଡୀ,12 ବନ୍ଧନ,13 ପ୍ରଥମ ବରଣ୍ଡୀ,14 ପ୍ରଥମ ଜଙ୍ଘା,15 ପୃଷ୍ଠ ବା ପୀଠ ଭିତରର ଅଂଶମାନ ଯଥା—1 କାନ୍ଥ,2 ଗମ୍ଭୀରା,3 କନକ,4 ଅନର୍ଥ,5 ରାହାପାଗ ଦେଉଳର ଚିତ୍ର ପାଇଁ ଏ ଚତୁର୍ଥ ଖଣ୍ଡର ଶେଷରେ ପରିଶିଷ୍ଟ ଦେଖନ୍ତୁ
- ଦେ. ବି (ସଂ. ଦେବାଳୟ; ଦେବକୁଳ) — ଦେଉଳଶବ୍ଦଯୁକ୍ତ କେତେଗୁଡ଼ିଏ ପ୍ରବଚନ ଯଥା
- ଦେ. ବି (ସଂ. ଦେବାଳୟ; ଦେବକୁଳ) — ଦେଉଳକୁ ମୁକୁଶିଆଳି ଗିଳିଲା (ବଳିଲା) ନ୍ଯାୟ
- ଦେ. ବି (ସଂ. ଦେବାଳୟ; ଦେବକୁଳ) — ଦେଉଳ ତୋଳେଇଲେ ନାଆଁ ପଡ଼େ, ନଇଲେ ବାଟରେ ହଗିଲେ ନାଆଁ ପଡ଼େ।
- ଦେ. ବି (ସଂ. ଦେବାଳୟ; ଦେବକୁଳ) — ଦିଁଅ ଗିଳି ଦେଉଳ ଗିଳିବା ନ୍ଯାଯ।