ଦୂଷଣ Dūshaṇa

  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — ଦୋଷ; ଅପରାଧ — Fault; blemish; guilt
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — ପାପ — Sin
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — ନିନ୍ଦା — Blame
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — କଳଙ୍କ; ଅପବାଦ; ଦୋଷାରୋପ — Accusation; charge; stigma
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — ବଧି ବୋଇଲେ ମୁଁ ନ ଜାଣି ତା ଖାଇଲି ତୁମ୍ଭ କୂଳେ ଆଣି ଦୂଷଣ ଲଗାଇଲି—କୃଷ୍ଣସିଂହ, ମହାଭାରତ ବନ।
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — ନଷ୍ଟ କରିବା — Spoiling; ruining
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — ମାରା କରିବା; ଅଶୁଚି କରିବା — Defilement; contaminating
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — ଧର୍ଷଣ — Rebuke; insulting
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — ସ୍ତ୍ରୀକୁ ଅବୈଧଭାବରେ ହରଣ — Rape; violation; deflowering; ravishing
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — (+କର୍ତ୍ତୃ. ଅନ) ରାବଣର ମାଉସୀପୁଅ ଭାଇ; ଖରର ଭାଇ; ରାକ୍ଷସବିଶେଷ — Name of a demon, cousin of Rābaṇa
  • ସଂ. ବି. (ଦୂଷ୍ ଧାତୁ+ଭାବ ଅନ) — [ଦ୍ର—ଏ ପଞ୍ଚବଟୀରେ ସୂର୍ପଣଖାର ରକ୍ଷା ପାଇଁ ରାବଣଦ୍ୱାରା ଖର ସଙ୍ଗେ ନିଯୁକ୍ତ ହୋଇଥିଲା। ସୂର୍ପଣଖାର ନାକକାନ କଟା ହେବା ପରେ ଏ ରାମଚନ୍ଦ୍ରଙ୍କ ସହିତ ଦଣ୍ଡକାରଣ୍ୟରେ ଯୁଦ୍ଧ କରି ନିହତ ହୋଇଥିଲା।]
  • ବିଣ — (+କର୍ତ୍ତୃ. ଅନ) ଦୋଷଜନକ — Blameworthy