ଦଳା Daḻā

  • ଦେ. ବି. (ସଂ. ଦଳ୍ ଧାତୁ) — ଦଳନ — Trampling; pressing
  • ଦେ. ବି. (ସଂ. ଦଳ୍ ଧାତୁ) — ଦଇବେ ତାହାଙ୍କର ଗୁରୁ ବୃହନ୍ନଳା ସାରଥି ହୋଇ କରି କୁରୁଙ୍କୁ ଦେଲେ ଦଳା। କୃଷ୍ଣସିଂହ. ମହାଭାରତ ବନ।
  • ଦେ. ବି. (ସଂ. ଦଳ୍ ଧାତୁ) — ଅନ୍ଯ ବ୍ଯକ୍ତିର ବା ଘୋଡ଼ାର ଶରୀରକୁ ହାତରେ ଘଷିବା ବା ମଳିବା — Massage
  • ଦେ. ବି. (ସଂ. ଦଳ୍ ଧାତୁ) — ଗାଈ ପ୍ରସବ କଲା ପରେ ପଡ଼ିବା ଫୁଲ — The placenta of a cow
  • ଦେ. ବି. (ସଂ. ଦଳ୍ ଧାତୁ) — ଘୋଡ଼ାକୁ ଆକ୍ତା କରିବା ନିମନ୍ତେ ତାହାର କୋଷକୁ ମଳିବା — Pressing and pounding of the testicles of a horse to geld or castrate him
  • ଦେ. ବି. (ସଂ. ଦଳ୍ ଧାତୁ) — ମଳିବା; ଚକଟିବା — Kneading
  • ବିଣ — ଦଳିତ; ଘୋରା ହୋଇଥିବା — Rubbed
  • ବିଣ — ଦଳା ଗୋରୋଚନାଙ୍ଗୀ କୋମଳା। କବିସୂର୍ଯ୍ୟ. ସଙ୍ଗୀତ।
  • ବିଣ — ଚକଟା ହୋଇଥିବା — Kneaded
  • ବିଣ — ଦଳିତ ହୋଇଥିବା — Pressed; trodden down; trampled
  • ବିଣ — ଯେ ଦଳେ — One who tramples or treads down or subjugates
  • ବିଣ — [ଦ୍ର—ଏହା ସାଧାରଣତଃ ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଏ ଅର୍ଥ ବ୍ଯକ୍ତି କରେ। ଯଥା—ଶତ୍ରୁଦଳା; ଚମଦଳା।]