ଦମକ Damaka
- ସଂ. ବିଣ. ପୁଂ. (ଦମ୍ ଧାତୁ+କର୍ତ୍ତୃ. ଅକ) — ଦମନକାରୀ; ଶାସକ — Controlling; restraining; subduing
- ବି — ଶାସନକର୍ତ୍ତା — A ruler
- ପ୍ରାଦେ. (ଗଡ଼ଜାତ) ବି. ଓ ବିଣ — ଦୁମୁକାଣି (ବର୍ଷା) — Pouring (rain); downpour
- ଦେ. ବି. (ସଂ. ଚମତ୍କାର) — ଚମକ — Startling
- ଦେ. ବି. (ସଂ. ଚମତ୍କାର) — ଉପୁଜାଇ ବିଶ୍ୱବାସୀ ହୃଦୟେ ଦମକ। ରାଧାନାଥ, ବେଣୀସଂହାର।
- ଦେ. ବି. (ସଂ. ଚମତ୍କାର) — ଛାତି ଦମ ଦମ ହେବା — Heart-throbbing
- ଦେ. ବି. (ସଂ. ଚମତ୍କାର) — ହଠାତ୍ ଉପସ୍ଥିତ ଭୀତି — Sudden fright
- ବୈଦେ. ବି. (ଫା. ଦମ୍=ଶ୍ୱାସ) ଦମ୍କା; ହପ୍ସା — Paroxysm; fit; gust
- ବିଣ — ହଠାତ୍ ବେଗବାନ୍; ହପ୍ପାଯୁକ୍ତ — Paroxysmal