ତ୍ୟାଗ Tyaga

  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — ବର୍ଜନ; ପରିତ୍ୟାଗ; ବିସର୍ଜନ; କୌଣସି ପଦାର୍ଥକୁ ଆପଣାଠାରୁ ଅଲଗା କରିବା କର୍ମ — Abandonment; forsaking
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — ବୈରାଗ୍ୟ; ସଂସାରର ମାୟାମମତା ତୁଟାଇବା — Renunciation of worldly ties
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — [ଦ୍ର—ହିନ୍ଦୁଶାସ୍ତ୍ରମାନଙ୍କରେ ତ୍ୟାଗ ବା ବୈରାଗ୍ୟର ମାହାତ୍ମ୍ୟ ବର୍ଣିତ ହୋଇଅଛି। ତ୍ୟାଗୀ ଲୋକ ନିଷ୍କାମ ଓ ପରୋପକାରରତ ହୋଇ ବିଷୟ ବାସନା ଓ ସୁଖଭୋଗ ସଙ୍ଗେ କିଛି ସମ୍ବନ୍ଧ ରଖେ ନାହିଁ। ଏପରି ତ୍ୟାଗୀ ବ୍ଯକ୍ତି ମୁକ୍ତିର ଅଧିକାରୀ ଅଟେ। ଭଗବଦ୍ଗୀତାରେ ଅଷ୍ଟାଦଶ ଅଧ୍ୟାୟରେ ତ୍ୟାଗକୁ ସାତ୍ତ୍ୱିକ ( 9 ମ ଶ୍ଳୋକ) ରାଜସିକ ( 8 ମ ଶ୍ଲୋକ) ଓ ତାମସିକ ( 7 ମ ଶ୍ଳୋକ) ଏପରି ତିନି ଭାଗରେ ବିଭକ୍ତ କରାଯାଇଅଛି। ତ୍ୟାଗ ସନ୍ନ୍ୟାସର ଏକ ଅବସ୍ଥା; କାମ୍ୟ ଧର୍ମର ପରିତ୍ୟାଗ ସନ୍ନ୍ୟାସ ଅଟେ ଓ କର୍ମଫଳର ଆଶା ନ କରିବା ତ୍ୟାଗ ଅଟେ। ଗୀତାର ମତରେ ଯଜ୍ଞ, ଦାନ ଓ ତପଃ କର୍ମମାନ ତ୍ୟାଗ କରିବା ଉଚିତ ନୁହେଁ। ମନୁଷ୍ୟ କର୍ମକୁ ତ୍ୟାଗ କରି ପାରିବ ନାହିଁ କିନ୍ତୁ କର୍ମଫଳକୁ ତ୍ୟାଗ କରି ପାରିବ; ମନୁସଂହିତା ମତରେ ସଂସାରରେ ପିତା, ମାତା, ସ୍ତ୍ରୀ ଓ ସନ୍ତାନଙ୍କୁ ଛାଡ଼ି ଆଉ ସବୁକୁ ତ୍ୟାଗ କରାଯାଇପାରେ—ହି ଶବ୍ଦସାଗର।] — [ଦ୍ର—ହିନ୍ଦୁଶାସ୍ତ୍ରମାନଙ୍କରେ ତ୍ୟାଗ ବା ବୈରାଗ୍ୟର ମାହାତ୍ମ୍ୟ ବର୍ଣିତ ହୋଇଅଛି ତ୍ୟାଗୀ ଲୋକ ନିଷ୍କାମ ଓ ପରୋପକାରରତ ହୋଇ ବିଷୟ ବାସନା ଓ ସୁଖଭୋଗ ସଙ୍ଗେ କିଛି ସମ୍ବନ୍ଧ ରଖେ ନାହିଁ ଏପରି ତ୍ୟାଗୀ ବ୍ଯକ୍ତି ମୁକ୍ତିର ଅଧିକାରୀ ଅଟେ ଭଗବଦ୍ଗୀତାରେ ଅଷ୍ଟାଦଶ ଅଧ୍ୟାୟରେ ତ୍ୟାଗକୁ ସାତ୍ତ୍ୱିକ (9ମ ଶ୍ଳୋକ) ରାଜସିକ (8ମ ଶ୍ଲୋକ) ଓ ତାମସିକ (7ମ ଶ୍ଳୋକ) ଏପରି ତିନି ଭାଗରେ ବିଭକ୍ତ କରାଯାଇଅଛି ତ୍ୟାଗ ସନ୍ନ୍ୟାସର ଏକ ଅବସ୍ଥା; କାମ୍ୟ ଧର୍ମର ପରିତ୍ୟାଗ ସନ୍ନ୍ୟାସ ଅଟେ ଓ କର୍ମଫଳର ଆଶା ନ କରିବା ତ୍ୟାଗ ଅଟେ ଗୀତାର ମତରେ ଯଜ୍ଞ, ଦାନ ଓ ତପଃ କର୍ମମାନ ତ୍ୟାଗ କରିବା ଉଚିତ ନୁହେଁ ମନୁଷ୍ୟ କର୍ମକୁ ତ୍ୟାଗ କରି ପାରିବ ନାହିଁ କିନ୍ତୁ କର୍ମଫଳକୁ ତ୍ୟାଗ କରି ପାରିବ; ମନୁସଂହିତା ମତରେ ସଂସାରରେ ପିତା, ମାତା, ସ୍ତ୍ରୀ ଓ ସନ୍ତାନଙ୍କୁ ଛାଡ଼ି ଆଉ ସବୁକୁ ତ୍ୟାଗ କରାଯାଇପାରେ—ହି ଶବ୍ଦସାଗର]
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — ଦାନ — Bestowal; gift
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — ବଳିଦାନ — 5. Sacrifice
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — ନିକ୍ଷେପ — Throwing away
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — ଛାଡ଼ିବା — Giving up
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — ଛାଡ଼ି ଚାଲିଯିବା — Desertion; quitting
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — କୌଣସି ବସ୍ତୁରୁ ଆପଣା ସମ୍ପର୍କ କାଟିବା — Cutting off one's connection with any thing
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — କର୍ମଫଳର ତ୍ୟାଗ (ଭଗବଦ୍ଗୀତା) — Absence of hankering after the result of one's action
  • ସଂ. ବି. (ତ୍ୱଜ୍ ଧାତୁ+ଭାବ. ଅ) — [ଦ୍ର—ତ୍ୟାଗ ଶବ୍ଦ ଭିନ୍ନ ଭିନ୍ନ ଶବ୍ଦମାନଙ୍କ ପରେ ବ୍ଯବହୃତ ହୋଇ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରେ। ଯଥା—ଆତ୍ମତ୍ୟାଗ, ସ୍ୱାର୍ଥତ୍ୟାଗ, ସଂସାରତ୍ୟାଗ, ବିଷୟତ୍ୟାଗ, ସର୍ବସ୍ୱ ତ୍ୟାଗ, ଦେହତ୍ୟାଗ ରାଜ୍ୟତ୍ୟାଗ, ସଙ୍ଗତ୍ୟାଗ, କ୍ରୋଧତ୍ୟାଗ, ସ୍ତ୍ରୀତ୍ୟାଗ, ଅଭ୍ୟାସତ୍ୟାଗ, ଅସତ୍ୟତ୍ୟାଗ, ଇତ୍ୟାଦି।]
  • ଦେ. ବି — ସ୍ୱାର୍ଥତ୍ୟାଗ — Self-denial; self-sacrifice