ତୋଡ଼ପା Toṟḍ̠apā
- ଦେ. ବି — ଜଳୀୟ ଖାଦ୍ୟକୁ ହାପୁରିବା — Gulping of any liquid food
- ଦେ. ବି — ଥରେ ହାପୁରିବାରେ ଯେଉଁ ପରିମିତ ଦ୍ରବ୍ୟ ପାଟିକୁ ଯାଏ — That much of a liquid food which can be taken in at one gulp
- ଦେ. ବି — କାଞ୍ଜି କଲି ତୋଡ଼ପାଏ, ମୁଁ ଗଲାଦିନ ବୋଉ କାନ୍ଦୁଥିଲୁ ଲୋ ଶୁଭୁଥିଲା ବାଟପାଏ। କନ୍ୟାର ଅନୁଚିନ୍ତା ।
- ଦେ. ବି — ଗଉଡ଼ୁଣୀମାନେ ହାଣ୍ଡିରୁ ଦହି ବାହାର କରି ବିକ୍ରି କରିବା ବେଳେ ମାପି ଦେବାର ବ୍ଯବହୃତ ଧାତୁ ବା ସଢ଼େଇ ପାତ୍ର — A cup used by cowherd females in measuring out churned curd to purchasers