ତୁର୍କୀ Turkī

  • ବୈଦେ. ବି (ଫା; ସଂ. ନାମ. ତୁରୁଷ୍କ) — ତୁରଷ୍କଦେଶ — Turkey
  • ବୈଦେ. ବି (ଫା; ସଂ. ନାମ. ତୁରୁଷ୍କ) — ତୁରଷ୍କ ଦେଶବାସୀ ବ୍ଯକ୍ତି — A Turk
  • ବୈଦେ. ବି (ଫା; ସଂ. ନାମ. ତୁରୁଷ୍କ) — ତୁରଷ୍କ ସେନା — A Turk soilder
  • ବୈଦେ. ବି (ଫା; ସଂ. ନାମ. ତୁରୁଷ୍କ) — ତୁରଷ୍କ ଦେଶୀୟ ଘୋଡ଼ା — A Turkish or Arab pony
  • ବୈଦେ. ବି (ଫା; ସଂ. ନାମ. ତୁରୁଷ୍କ) — ତୁରଷ୍କ ଦେଶୀୟ ଭାଷା — The Turkish language
  • ବୈଦେ. ବି (ଫା; ସଂ. ନାମ. ତୁରୁଷ୍କ) — [ଦ୍ର—ଇଉରୋପ ମହାଦେଶରେ ଗୋଟିଏ ଦେଶର ନାମ ତୁରଷ୍କ ବା ତୁର୍କୀ । ଏହା ପୂର୍ବେ ସୁଲ୍ତାନ୍ ଉପାଧିଧାରୀ ରାଜାଙ୍କ ଶାସନାଧୀନ ଥିଲା । ବର୍ତ୍ତମାନ ଏହା ପ୍ରଜାତନ୍ତ୍ର ହୋଇଅଛି । ଏ ଦେଶକୁ ହିନ୍ଦୀରେ ରୂସ୍ ବୋଲାଯାଏ । ଆସିଆ ମହାଦେଶରେ ଥିବା ତୁରଷ୍କ (ଆସିୟିକ ତୁରଷ୍କ, — Turkey in Asia)ଆରବର ଉତ୍ତର ଓ ପାରସ୍ୟ ରାଜ୍ୟର ପଶ୍ଚିମ ଏ ଦୁଇ ତୁରଷ୍କ ଦେଶର ମଧ୍ୟରେ ମର୍ମରସାଗର ବ୍ଯବହିତ ]
  • ବିଣ — ତୁରଷ୍କ ସମ୍ବନ୍ଧୀୟ — Pertaining to Turkey
  • ବିଣ — ତୁରଷ୍କ ଦେଶ ଜାତ — Turkish
  • ବିଣ — ତୁରଷ୍କ ଦେଶବାସୀ — Residing in Turkey