ତୁରି Turi
- ସଂ. ବି. (ତୁର୍ ଧାତୁ+କର୍ତ୍ତୃ. ଇ) — ତନ୍ତୁବାୟର ମାକୁ ବା କଣ୍ଡା — A shuttle (used in weaving)
- ସଂ. ବି. (ତୁର୍ ଧାତୁ+କର୍ତ୍ତୃ. ଇ) — ଚିତ୍ରକରର ତୁଳି — Painter's brush
- ସଂ. ବି. (ତୁର୍ ଧାତୁ+କର୍ତ୍ତୃ. ଇ) — ବାଦ୍ୟଯନ୍ତ୍ର ବିଶେଷ — A kind of musical instrument
- ସଂ. ବି. (ତୁର୍ ଧାତୁ+କର୍ତ୍ତୃ. ଇ) — ଯୁଦ୍ଧାସ୍ତ୍ରବିଶେଷ — A kind of military weapon
- ଦେ. ବି. (ସଂ. ତୂର୍ଯ୍ୟ; ତୂର) — ବିଗୁଲ୍; ଉଚ୍ଚଧ୍ୱନିଯୁକ୍ତ ଧାତୁ ନିର୍ମିତ ଲମ୍ବା ଶିଙ୍ଘା ବିଶେଷ — A bugle; a clarion; trumpet
- ଦେ. ବି. (ସଂ. ତୂର୍ଯ୍ୟ; ତୂର) — [ଦ୍ର—ପେଁ ପେଁ ବା ଭେଁଭେଁ ଧ୍ୱନିକାରୀ ଶିଙ୍ଘାକୁ ଭେରୀ ବା ପେଁଏଁକାଳୀ ବୋଲାଯାଏ।]
- ପ୍ରାଦେ. (ସମ୍ବଲପୁର) ବି — ବାଉଁଶ ପାତିଆରେ ଟୋକେଇ, ଭୋଗେଇ ଆଦି ବୁଣି ବିକି ଜୀବିକା ନିର୍ବାହ କରିବା ଅନାର୍ଯ୍ୟ ଜାତି ବିଶେଷ — A non-aryan caste living on preparing and selling baskets etc with split bamboo