ତୁମ୍ବି Tumbi

  • ସଂ. ବି — ତୁମ୍ବ (ଦେଖ) — Tumba (See)
  • ଦେ. ବି — ଏକପ୍ରକାର ବାଣ; ବଡ଼ ଘଡ଼ି ବାଣ — A firework having powder pushed inside a ball or hole made in the holed trunk of a big tree
  • ଦେ. ବି — [ଦ୍ର—ଛୋଟ ମୁହଁ ଥିବା ମୋଟ ମାଟି ଘଡ଼ି ମଧ୍ୟରେ ବାରୁଦ ଖୁନ୍ଦି ତହିଁ ସଙ୍ଗେ ଲୁହାର ସରୁ ଗୁଣ୍ଡ ଭରତି କରାଯାଇ ଯେଉଁ ବାଣ ତିଆରି ହୁଏ ତାକୁ ଚମ୍ପା ବା ଘଡ଼ିବାଣ ବା କୁମ୍ପି ବୋଲା ଯାଏ। ଏ ଘଡ଼ିର ମୁହଁରେ ନିଆଁ ଲଗାଇଲେ ଲୁହା ଚୂନା ଅଗ୍ନି ସଂଯୋଗରେ ଅଗ୍ନିମୟ ଚମ୍ପାଫୁଲ ଆକାରରେ ଫୁଆରା ପରି ଉପରକୁ ଉଠେ। ଲାଉତୁମ୍ବା ଆକାରର ବଡ଼ ମାଟି ଘଡ଼ିରେ ବାରୁଦ ଓ ଲୁହା ଗୁଣ୍ଡ ଖୁନ୍ଦି ତିଆରି କରାଯିବା ବାଣକୁ ତୁମ୍ବି ବୋଲାଯାଏ। ବର, ତିନ୍ତୁଳି ଆଦି ଗଛର ଗଣ୍ଡିକୁ ଗଡ଼ କରି କାଟି ଆଣି ତାକୁ ଭୂମିରେ ପକାଇ ତାହା ମଝିରେ ନିହାଣଦ୍ୱାରା 1 ଫୁଟ ଗଭୀର ଗୋଲ ଗର୍ତ୍ତ କରାଯାଏ। ସେ ଗର୍ତ୍ତରେ ବାରୁଦ ଓ ଲୁହା ଗୁଣ୍ଡ ଖୁବ୍ ଖୁନ୍ଦା ଯାଏ ଓ ଖୁବ୍ ମାଡ଼ ଦେଇ ତା ମୁହଁରେ ଗୋଟିଏ ଛୋଟ କଣା ରଖା ଯାଏ। ସେହି ମେଲା ମୁହଁରେ ଅଗ୍ନି ସଂଯୋଗ କଲେ ସେ ବାରୁଦ ଓ ଲୁହା ଗୁଣ୍ଡର ଅଗ୍ନିସ୍ଫୁଲିଙ୍ଗ 30।40 ଫୁଟ ଉଚ୍ଚକୁ ଉଠେ ଓ ଖୁବ୍ ଗର୍ଜନ ହୁଏ। ଏହି ବାଣକୁ ତୁମ୍ବ ବୋଲାଯାଏ। ଛୋଟ ତୁମ୍ବକୁ ତୁମ୍ବି ବୋଲାଯାଏ।] — [ଦ୍ର—ଛୋଟ ମୁହଁ ଥିବା ମୋଟ ମାଟି ଘଡ଼ି ମଧ୍ୟରେ ବାରୁଦ ଖୁନ୍ଦି ତହିଁ ସଙ୍ଗେ ଲୁହାର ସରୁ ଗୁଣ୍ଡ ଭରତି କରାଯାଇ ଯେଉଁ ବାଣ ତିଆରି ହୁଏ ତାକୁ ଚମ୍ପା ବା ଘଡ଼ିବାଣ ବା କୁମ୍ପି ବୋଲା ଯାଏ ଏ ଘଡ଼ିର ମୁହଁରେ ନିଆଁ ଲଗାଇଲେ ଲୁହା ଚୂନା ଅଗ୍ନି ସଂଯୋଗରେ ଅଗ୍ନିମୟ ଚମ୍ପାଫୁଲ ଆକାରରେ ଫୁଆରା ପରି ଉପରକୁ ଉଠେ ଲାଉତୁମ୍ବା ଆକାରର ବଡ଼ ମାଟି ଘଡ଼ିରେ ବାରୁଦ ଓ ଲୁହା ଗୁଣ୍ଡ ଖୁନ୍ଦି ତିଆରି କରାଯିବା ବାଣକୁ ତୁମ୍ବି ବୋଲାଯାଏ ବର, ତିନ୍ତୁଳି ଆଦି ଗଛର ଗଣ୍ଡିକୁ ଗଡ଼ କରି କାଟି ଆଣି ତାକୁ ଭୂମିରେ ପକାଇ ତାହା ମଝିରେ ନିହାଣଦ୍ୱାରା1ଫୁଟ ଗଭୀର ଗୋଲ ଗର୍ତ୍ତ କରାଯାଏ ସେ ଗର୍ତ୍ତରେ ବାରୁଦ ଓ ଲୁହା ଗୁଣ୍ଡ ଖୁବ୍ ଖୁନ୍ଦା ଯାଏ ଓ ଖୁବ୍ ମାଡ଼ ଦେଇ ତା ମୁହଁରେ ଗୋଟିଏ ଛୋଟ କଣା ରଖା ଯାଏ ସେହି ମେଲା ମୁହଁରେ ଅଗ୍ନି ସଂଯୋଗ କଲେ ସେ ବାରୁଦ ଓ ଲୁହା ଗୁଣ୍ଡର ଅଗ୍ନିସ୍ଫୁଲିଙ୍ଗ3040ଫୁଟ ଉଚ୍ଚକୁ ଉଠେ ଓ ଖୁବ୍ ଗର୍ଜନ ହୁଏ ଏହି ବାଣକୁ ତୁମ୍ବ ବୋଲାଯାଏ ଛୋଟ ତୁମ୍ବକୁ ତୁମ୍ବି ବୋଲାଯାଏ]
  • ଦେ. ବି — ଶସ୍ୟାଦି ମାପିବା ପାତ୍ରବିଶେଷ — A measure for corn
  • ଦେ. ବି — ତୁମ୍ବା (ଦେଖ) — Tumbā (See)
  • ଦେ. ବି — ତୁମ୍ବି କାଖେ ଜାକି ଚର୍ମ କାନ୍ଧରେ—ପ୍ରାଚୀ. ପରଚେଗୀତ।