ତୁଟ Tuṭa

  • ଦେ. ବି. (ସଂ. ତ୍ରୁଟୀ) — ତ୍ରୁଟୀ; ଦୋଷ — Deficiency; defect; flaw
  • ଦେ. ବି. (ସଂ. ତ୍ରୁଟୀ) — କ୍ଷତି; ଲୋକସାନ — Loss; damage; injury
  • ଦେ. ବି. (ସଂ. ତ୍ରୁଟୀ) — ବ୍ଯବସାୟ ବାଣିଜ୍ୟରେ ଲୋକସାନ ବା କ୍ଷତି — Loss in trade or business
  • ଦେ. ବି. (ସଂ. ତ୍ରୁଟୀ) — ନ୍ୟୁନତା; ହାନି; ପ୍ରଥମ ପରିମାଣରୁ କମି ହେବା — Shortage; wastage
  • ଦେ. ବି. (ସଂ. ତ୍ରୁଟୀ) — [ଦ୍ର—ଶସ୍ୟାଦିକୁ ଅମାର, ଖଣି, ପାଳ ମରେଇ ଆଦିରେ କେତେକ ସମୟ ରଖି ପରେ ତାକୁ ତହିଁରୁ କାଢ଼ି ମାପିଲେ ପୂର୍ବ ମାପ ଅପେକ୍ଷା ତାହା ମାପରେ କିଛି କମତି ହେବାର ଦେଖାଯାଏ; ପଣ୍ୟ— ଦ୍ରବ୍ୟାଦି ଏକ ସ୍ଥାନରୁ ଅନ୍ୟସ୍ଥାନକୁ ନେଲା ପରେ ତାହାର ଓଜନ କିଛି କମିବାର ଦେଖାଯାଏ। ଏହିସବୁ କମତିକୁ ଅମାର ତୁଟ, ଖଣି ତୁଟ, ପ୍ରତାଳ ତୁଟ ବା ରାସ୍ତା ତୁଟ ବୋଲାଯାଏ।]
  • ଦେ. ବି. (ସଂ. ତ୍ରୁଟୀ) — କର୍ତ୍ତବ୍ୟ କାର୍ଯ୍ୟରେ ତ୍ରୁଟି ବା ହେଳା — Neglect of one's duties