ତାର Tāra
- ସଂ. ବି. (ତୃ ଧାତୁ=ପାର ହେବା+ଅ) — (+ଭାବ. ଅ) ଉତୁରିବା; ଉତ୍ତରଣ — Crossing; landing (from a boat)
- ସଂ. ବି. (ତୃ ଧାତୁ=ପାର ହେବା+ଅ) — (+ କରଣ. ଅ) ତନ୍ତୁ; ଧାତୁନିର୍ମିତ ସରୁ ସୂତ୍ର; ଧାତୁତନ୍ତୁ — Wire; metal wire
- ସଂ. ବି. (ତୃ ଧାତୁ=ପାର ହେବା+ଅ) — [ଦ୍ର—କେବଳ ସୀସା ଓ ରାଙ୍ଗା (ଟିଣ) ଛଡ଼ା ଅନ୍ଯ ସମସ୍ତ ଧାତୁରେ ତାର ତିଆରି କରାଯାଏ। ପ୍ରଥମେ ଧାତୁକୁ ଆଉଟି ଛାଞ୍ଚରେ ଢାଳି ଲମ୍ବ କାଢ଼ି କରାଯାଏ। ଉକ୍ତ କାଢ଼ିର ଗୋଟିଏ ମୁଣ୍ଡକୁ ପିଟି ମୁନିଆ କରାଯାଏ। କାଢ଼ିର ସେହି ମୁନିଆ ମୁଣ୍ଡକୁ ଲୁହାରେ ତିଆରି ବଡ଼ ଓ ସାନ ବହୁଛିଦ୍ରବିଶିଷ୍ଟ ଜନ୍ତା ନାମକ ଯନ୍ତ୍ରର ଗୋଟିଏ କଣାରେ ଗଳାଇ ଦେଇ ଜନ୍ତାର ଆର ପିଠି ଆଡ଼େ ବାହାରି ପଡ଼ିଥିବା କାଢ଼ିର ମୁନକୁ ସଣ୍ଡୁଆସି ଦ୍ୱାରା ଖୁବ୍ ଜୋର୍ରେ ଟାଣିଲେ ଜନ୍ତାର ଉକ୍ତ ଛିଦ୍ରର ଆୟତନ ଅନୁସାରେ ତାର ବାହାରେ। ସେହି ତାରକୁ ଆହୁରି ସରୁ କରିବାକୁ ଇଛା କଲେ ମୋଟା ତାରର ଅଗକୁ ବାଡ଼େଇ ଆହୁରି ସରୁ କରି ଜନ୍ତାରେ ଥିବା ଅପେକ୍ଷାକୃତ ସାନ ଛିଦ୍ରରେ ଗଳାଇ ସଣ୍ଡୁଆସି ଦ୍ୱାରା ଜନ୍ତାର ଆର ପାଖକୁ ଟାଣିଲେ ସରୁ ତାର ହୁଏ। ଏହିପରି ଜନ୍ତାର କ୍ରମସୂକ୍ଷ୍ମ ଛିଦ୍ରମାନଙ୍କ ଦ୍ୱାରା ଅତି ସୂକ୍ଷ୍ମ ତାର ତିଆରି ହୁଏ। ଜନ୍ତାର ଛିଦ୍ରରେ ତାରକୁ ପୂରାଇ ସଣ୍ଡୁଆସିରେ ଝିଙ୍କିଲେ ତାର କାରଯାଉଥିବା କାଢ଼ି ତାତି ଯାଏ ଓ ତାତି ଯିବାରୁ ତାହା ନମନୀୟ ହୁଏ।]
- ସଂ. ବି. (ତୃ ଧାତୁ=ପାର ହେବା+ଅ) — ବୀଣାଦି ଯନ୍ତ୍ରର ତନ୍ତୁ — String of a musical instrument
- ସଂ. ବି. (ତୃ ଧାତୁ=ପାର ହେବା+ଅ) — (କର୍ତ୍ତୃ. ଅ) ରୌପ୍ୟ; ରୂପା — Sliver
- ସଂ. ବି. (ତୃ ଧାତୁ=ପାର ହେବା+ଅ) — ତନ୍ତ୍ରୋକ୍ତ ପ୍ରଣବ ଓ ଅନ୍ଯାନ୍ୟ ଏକାକ୍ଷର ବୀଜ ମନ୍ତ୍ର — The sacred syllable 'Om' or other mono- syllabic mystic incantation
- ସଂ. ବି. (ତୃ ଧାତୁ=ପାର ହେବା+ଅ) — ଉଚ୍ଚ ସ୍ୱର — High tone; shrill sound
- ସଂ. ବି. (ତୃ ଧାତୁ=ପାର ହେବା+ଅ) — ପ୍ରଣବ; ଓଁକାର — The mystic sound 'Om'
- ସଂ. ବି. (ତୃ ଧାତୁ=ପାର ହେବା+ଅ) — ମୁକ୍ତାର ବିଶୁଦ୍ଧି, ଲାବଣ୍ୟ, ସୌନ୍ଦର୍ଯ୍ୟ ଓ ଉଜ୍ଜ୍ୱଳତା — Excellence of a pearl
- ସଂ. ବି. (ତୃ ଧାତୁ=ପାର ହେବା+ଅ) — ମୁକ୍ତା — Pearl
- ସଂ. ବି. (ତୃ ଧାତୁ=ପାର ହେବା+ଅ) — ହାରର ମଧ୍ୟମଣି — The central gem of a necklace
- ସଂ. ବି. (ତୃ ଧାତୁ=ପାର ହେବା+ଅ) — ନକ୍ଷତ୍ର — Star