ତାରି Tāri
- ଗ୍ରା. (ଇତର) ବି—(ବାଉରି କଣ୍ଡରା ଆଦି ଓ ବିଶେଷତଃ ସେମାନଙ୍କର ସ୍ତ୍ରୀ ଲୋକମାନେ 'ଳ' ସ୍ଥାନରେ 'ଲ' ଉଚ୍ଚାରଣ କରିବା ଦୋଷରେ ଉଚ୍ଚାରିତ ଶବ୍ଦ) ତାଳି — Clapping
- ଦେ. ବିଣ — (ଏକ ଦୁଇ ତିନି ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ) ନିଆଁରେ ପାଗ କରାଯାଉଥିବା ଯେଉଁ ସିରାରୁ ଧାରା ବହେ — (boiling syrup) From which lines drop down when lifted up from the pot by means of a ladle
- ଦେ. ବିଣ — (ଯଥା—ଏକ ତାରି, ଦୋତାରି ଚିନି ପାଗ ।)
- ଦେ. ବିଣ — [ଦ୍ର— ଚିନି ବା କନ୍ଦର ପାଗ ହେଲା ବେଳେ କରେଇରୁ ଚଟୁ ଦ୍ୱାରା ପ୍ରଥମେ ଶିରାକୁ ଉଠାଇଲେ ତାହା ପତାଳା ଥିବାରୁ ଚଟୁରୁ ତିନି ଧାରାରେ ଖସେ, ଆହୁରି ଟିକିଏ ବହଳ ହେଲେ 2 ଧାରାରେ ଖସେ; ପୁଣି ବେଶି ବହଳା ହେଲେ ଏକ ମାତ୍ର ଧାରାରେ ଶିରା ଚଟୁରୁ ଖସେ; ଏହିପରି ପାଗ ହୋଇଥିବା ଶିରାକୁ ଯଥାକ୍ରମେ ତିନି ତାରି ଦୋତାରି ଓ ଏକତାରି ଶିରା ବୋଲାଯାଏ ।] — [ଦ୍ର— ଚିନି ବା କନ୍ଦର ପାଗ ହେଲା ବେଳେ କରେଇରୁ ଚଟୁ ଦ୍ୱାରା ପ୍ରଥମେ ଶିରାକୁ ଉଠାଇଲେ ତାହା ପତାଳା ଥିବାରୁ ଚଟୁରୁ ତିନି ଧାରାରେ ଖସେ, ଆହୁରି ଟିକିଏ ବହଳ ହେଲେ2ଧାରାରେ ଖସେ; ପୁଣି ବେଶି ବହଳା ହେଲେ ଏକ ମାତ୍ର ଧାରାରେ ଶିରା ଚଟୁରୁ ଖସେ; ଏହିପରି ପାଗ ହୋଇଥିବା ଶିରାକୁ ଯଥାକ୍ରମେ ତିନି ତାରି ଦୋତାରି ଓ ଏକତାରି ଶିରା ବୋଲାଯାଏ ]
- ଦେ. ବିଣ — (ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ) (ଏତେ) ତାରଯୁକ୍ତ — Having (so many) wires
- ଦେ. ବିଣ — (ଯଥା—ଏକତାରି ବା ଦୋତାରି ସିଆଁ ।)
- ଦେ. ବିଣ — ଯେଉଁ ମସିଣା ବା ଲୁଗାରେ ଏକା ବୁଣାରେ ଏକ, ଦୁଇ ବା ଚାରିଟି ସୂତା ଲାଗିଥାଏ) — (mat or cloth) In which one, two or four warps are joined and woven at one spinning
- ଦେ. ବିଣ — (ଯଥା—ଦୋତାରି ମସିଣା; ଚଉତାରି ଲୁଗା ।)