ତାମସୀ Tāmasī
- ସଂ. ବିଣ. ସ୍ତ୍ରୀ (ତାମସ+ସ୍ତ୍ରୀ. ଈ) — ଘୋର ଅନ୍ଧକାରମୟୀ — Gloomy
- ସଂ. ବିଣ. ସ୍ତ୍ରୀ (ତାମସ+ସ୍ତ୍ରୀ. ଈ) — ତମୋଗୁଣାନ୍ୱିତା — Gross
- ବି. ସ୍ତ୍ରୀ — ଘୋର ଅନ୍ଧାକାରାଚ୍ଛନ୍ନ ରାତି — Gloomy night
- ବି. ସ୍ତ୍ରୀ — ରାତ୍ରି; ରଜନୀ — Night
- ବି. ସ୍ତ୍ରୀ — ଦୁର୍ଗା; କାଳୀ — Goddess Kāḻī; Durgā
- ବି. ସ୍ତ୍ରୀ — ଜଟାମାଂସୀ; ହିମାଳୟର ଶାକବିଶେଷ — Spikenard (a medicinal herb)
- ବି. ସ୍ତ୍ରୀ — ମସୀ; କାଳୀ; ସ୍ୟାହି — Ink
- ଦେ. ବି. ସ୍ତ୍ରୀ — ତମସା ନଦୀ — The river Tamasā
- ଦେ. ବି. ସ୍ତ୍ରୀ — ବଳି ତାମସୀ ନଦୀକି ବନେ ପଶି, ସେ ଦିନ ତହିଁ ରହିଲେ— ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ।