ତାଉ Tāu
- ଦେ. ବିଣ (ସଂ. ତପ୍ତ) — ବିଶେଷଭାବରେ ଉତ୍ତପ୍ତ; ଖୁବ୍ ତାତିଲା — Very hot
- ଦେ. ବିଣ (ସଂ. ତପ୍ତ) — ନିଆଁରେ ତାତି ନାଲି ହୋଇଥିବା (ଧାତୁ) — Red hot (metal)
- ଦେ. ବିଣ (ସଂ. ତପ୍ତ) — ଅତି କ୍ରୁଦ୍ଧ — Enraged
- ବି (ସଂ. ତାପ) — ଅଗ୍ନିର ପ୍ରଖର ତେଜ; ଦହକ — Blaze of fire (as of live-coals)
- ବି (ସଂ. ତାପ) — ତାପ; ଗରମି — Heat
- ବି (ସଂ. ତାପ) — ଅତ୍ୟନ୍ତ କ୍ରୋଧାବେଶ — Rage
- ବି (ସଂ. ତାପ) — ଲୁହା ଓ ଅନ୍ଯ ଧାତୁର ନିଆଁରେ ପାଚିକରି ନାଲି ହେବା ଅବସ୍ଥା, କି ଯେଉଁ ଅବସ୍ଥାରେ ଲୁହାକୁ ବାଡେଇକରି ଅଭିପ୍ରେତ ଆକାରରେ ପରିବର୍ତ୍ତିତ କରା ଯାଇପାରେ — Red-hot or malleable condition of iron or other metal
- ବୈଦେ. ବି (ଫା. ତା=ସଂଖ୍ୟା) — କାଗଜର ଫର୍ଦ୍ଦ — Sheet of paper