ତର୍ପଣ Tarpaṇa
- ସଂ. ବି. କ୍ଳୀ. [ତୃପ୍ ଧାତୁ=ତୃପ୍ତ ହେବା; ଣିଚ ତର୍ପି ଧାତୁ+ ଭାବ ଅନ] — ତୃପ୍ତି — Satiety
- ସଂ. ବି. କ୍ଳୀ. [ତୃପ୍ ଧାତୁ=ତୃପ୍ତ ହେବା; ଣିଚ ତର୍ପି ଧାତୁ+ ଭାବ ଅନ] — [+କରଣ ଅନ] ଦେବତା, ଋଷି ଓ ପିତୃଲୋକଙ୍କ ତୃପ୍ତ୍ୟର୍ଥ ଜଳଦାନ — The rites of offering oblations of water to the manes of one's deceased ancestors, Deities and sages
- ସଂ. ବି. କ୍ଳୀ. [ତୃପ୍ ଧାତୁ=ତୃପ୍ତ ହେବା; ଣିଚ ତର୍ପି ଧାତୁ+ ଭାବ ଅନ] — [ଦ୍ର—ମନ୍ତ୍ରପାଠ ପୂର୍ବକ କୁଶ, ତିଳ, ଜଳ, ଯବ ଓ ତଣ୍ଡୁଳ— ଆଦିଦ୍ୱାରା ଜଳାଞ୍ଜଳି ଦେଇ ଦେବତା, ଋଷି ଓ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯାଏ। ଆଶ୍ୱିନମାସର ପ୍ରଥମ ପନ୍ଦର ଦିନ ପିତୃପକ୍ଷ ବା ଅପରପକ୍ଷ ବୋଲି କଥିତ। ଏ ସମୟରେ ତର୍ପଣ କରିବାର ବିଧାନ ଅଛି। ଶ୍ରାଦ୍ଧ ଦିବସରେ ମଧ୍ୟ ତର୍ପଣ କରାଯାଏ।]
- ସଂ. ବି. କ୍ଳୀ. [ତୃପ୍ ଧାତୁ=ତୃପ୍ତ ହେବା; ଣିଚ ତର୍ପି ଧାତୁ+ ଭାବ ଅନ] — ପ୍ରୀଣନ; ତୃପ୍ତିସାଧନ — Act of satisfying
- ସଂ. ବିଣ — ତୃପ୍ତି ଜନକ — Satisfying; pleasing
- ସଂ. ବିଣ — [ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ହୁଏ; ଯଥା— ଘ୍ରାଣତର୍ପଣ=ନାସାରତୃପ୍ତିକର; କର୍ଣ୍ଣତର୍ପଣ=କର୍ଣ୍ଣର ତୃପ୍ତିଜନକ]