ତରତର Taratara
- ଦେ. ବିଣ. (ସଂ. ତ୍ୱରା) — ଅଧୀର — Impatient; agitated
- ଦେ. ବିଣ. (ସଂ. ତ୍ୱରା) — ଅସ୍ଥିର; ଚପଳ — Restless; fickle
- ଦେ. ବିଣ. (ସଂ. ତ୍ୱରା) — ଲଣ୍ଡଭଣ୍ଡ; ତ୍ୱରାନ୍ୱିତ; ସମୟାଭାବରୁ ବ୍ୟସ୍ତ — Busy for want of time; hasty
- ଦେ. ବିଣ. (ସଂ. ତ୍ୱରା) — ଯେ ସମ୍ୟକ୍ ବିବେଚନା ବା ଆଗ ପଛ ବିଚାର ନ କରି କାର୍ଯ୍ୟ କରେ — One who acts hastily without mature consideration
- ଦେ. ବିଣ. (ସଂ. ତ୍ୱରା) — ଯେ ଆଗ ପଛ ବିଚାର ନ କରି ଯାହା ମନକୁ ଆସେ ତାହା କହି ପକାଏ — One who speaks out without mature consideration
- ଦେ. କ୍ରି. ବିଣ — ଅତି ଶୀଘ୍ର; ଚଞ୍ଚଳ; ସତ୍ୱର — Hastily; in haste; hurriedly
- ଦେ. କ୍ରି. ବିଣ — ବଜାଇ କମ୍ବୁବର ବାହୁଡ଼େ ତରତର ତରଳ ଚିତ୍ତୁଁ ନାଶି। ଭଞ୍ଜ, ବୈଦେହୀଶବିଳାସ।
- ଦେ. କ୍ରି. ବିଣ — ଅସ୍ଥିର ଭାବରେ — Restlessly