ତମାଦି Tamādi

  • ବୈଦେ. ବି. (ଆ. ତମାଦୀ) (କଚିରିଆ ଭାଷା) — ନିର୍ଦ୍ଦିଷ୍ଟ କାଳ ଟପିଯିବା; ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେବା — Limitation; expiry of the fixed time
  • ବୈଦେ. ବି. (ଆ. ତମାଦୀ) (କଚିରିଆ ଭାଷା) — କାଳାତିକ୍ରମ ଦୋଷ — Bar of limitation
  • ବିଣ — ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଥିବା ଯୋଗୁଁ ଆଇନ୍ ଅନୁସାରେ ଆଦାୟ କରାଯାଇ ନ ପାରିବା (ପ୍ରାପ୍ୟ ବା ଦାବୀ) — (claim or due) Barred by limitation; time-expired; statute-barred
  • ବିଣ — (ଯଥା—ତମାଦି ତମସୁକ।)
  • ବିଣ — [ଦ୍ର—ଭିନ୍ନ ଭିନ୍ନ ଶ୍ରେଣୀର ମକଦମା ଦାଏର୍ କରିବା ପାଇଁ ଆଇନ୍ ଅନୁସାରେ ବିଭିନ୍ନ ସମୟ 'ନିର୍ଦ୍ଧାରିତ' ହୋଇଅଛି। ନାଲିସର କାରଣ — (cause of action)ର ଉଦ୍ଭବ ହେବାସମୟରୁ ସେହି ନିର୍ଦ୍ଦିଷ୍ଟ ସମୟମଧ୍ୟରେ ମକଦ୍ଦମା ଦାଏର୍ ନ ହେଲେ ମକଦ୍ଦମାରେ ତମାଦି ଦୋଷ ଘଟେ ଓ ବାଦୀର ଦାବୀ ପ୍ରକୃତ ହେଲେ ମଧ୍ୟ ତାର ମକଦ୍ଦମା ଡିସମିସ୍ କରାଯାଏ]