ତନ୍ତ Tanta

  • ଦେ. ବି. (ସଂ. ତନ୍ତ୍ର ବା ତନ୍ତୁ) — ଲୁଗା ବୁଣିବା ଯନ୍ତ୍ର — A weaver's gear; a loom
  • ଦେ. ବି. (ସଂ. ତନ୍ତ୍ର ବା ତନ୍ତୁ) — ତଦଅନ୍ତେ ଦେଖିଲେ ଦିଓଟି ଯୁବତୀ, ବସିଣ କରି ତନ୍ତେ ଲୁଗା ବୁଣୁଛନ୍ତି। କୃଷ୍ଣସିଂହ. ମହାଭାରତ. ଆଦି।
  • ଦେ. ବି. (ସଂ. ତନ୍ତ୍ର ବା ତନ୍ତୁ) — [ଦ୍ର—ତନ୍ତର ଭିନ୍ନ ଭିନ୍ନ ଅଙ୍ଗମାନ; ଯଥା:—ବିଶ୍ୱକର୍ମା— ଲୁଗାକୁ ବୁଣୁଥିବା ବ୍ଯକ୍ତିର ଡାହାଣ ହାତ ପାଖରେ ଭୂମିରେ ପୋତା ଯାଇଥିବା ଗୋଟିଏ ଖୁଣ୍ଟି ବା ଖିଲ, ଯହିଁରେ ନରାଜର ଡାହାଣ ପାଖରେ ଥିବା ଖିଲରେ ଗୁଡ଼ିଆ ଦଉଡ଼ି ବନ୍ଧାଯାଏ। ମାଙ୍କୁ; ମାକୁ—ଯେଉଁ ନାବାକୃତି କାଷ୍ଠ ଖଣ୍ଡରେ ଭରଣି ସୂତାର କଣ୍ଡା ପଶି ଥାଏ ଓ ଯାହା ଟାଣୀ ସୂତାମାନଙ୍କ ଅନ୍ତରାଳ ଦେଇ ଆଡ଼ ବାଗରେ ମେଣ୍ଢୀଦ୍ୱାରା ଫିଙ୍ଗା ହେଉଥାଏ। କଣ୍ଡା—ଭରଣୀ ସୂତା ଗୁଡ଼ିଆ ହୋଇଥିବା ନଳୀ, ଯାହା ମାକୁ ମଧ୍ୟରେ ପଶି ଥାଏ। ପାନିଆ—ଯେଉଁ ସରୁ ବାଉଁଶକାଠିର ପାନିଆ ଭିତରେ ଟାଣୀ ସୂତା ଯୋଡ଼ା ଯୋଡ଼ା ହୋଇ ପିନ୍ଧାଇ ଦିଆଯାଏ। ଦକ୍ତି— ପାନିଆର ସରୁ ଖଡ଼ିକାର ଲମ୍ବା ଫର୍ମା। ବ; ବଅ; ବଅପାଟି—ଯେଉଁ ସୂତ୍ରମୟ ପାଶଯୁକ୍ତ ପାନିଆ ଭିତରେ ଟାଣୀ ସୂତା ଗୋଟି ଗୋଟି ହୋଇ ଗଳି ଥାଏ; (ଏହାର ସଂଖ୍ୟା ଦୁଇଟି)। ବଅପଟା—ଯେଉଁ ପଟାରେ ବଅ ବନ୍ଧାଯାଏ। ବଅକାଠି—ଯେଉଁ କାଠି ଦୁଇ ଖଣ୍ଡରେ ବଅର ପାନିଆ ସୂତାମାନ ଟଣା ହୋଇ ବନ୍ଧାଯାଏ। ନାଚୂଣୀ, ନାଚୂଣୀ ପକ୍ଷୀ—ନିକିତି ଦଣ୍ଡି ଆକାରର କାଠି, ଯାହାର ଦୁଇ ପ୍ରାନ୍ତରୁ ବଅ ଓହଳା ଯାଇଥାଏ। ଛିଟ୍କିଣି; ଛଟିକିଣି—ଯେଉଁ କାଠଖଣ୍ଡ ବା ବେଣ୍ଟକୁ ହାତରେ ମୁଠାଇ ଧରି ଡାହାଣ ବା ବାଆଁ ଆଢ଼କୁ ମାରିଲେ ଦଉଡ଼ିଦ୍ୱାରା ମେଣ୍ଢୀ ଚାଳିତ ହୁଏ। ଟାଣୀସୂତା—ବୁଣା ଲୁଗାର ଲମ୍ବ ସୂତା। ଭରଣୀ ସୂତା—ଲୁଗାର ଆଡ଼ବାଗର ସୂତା। ତନ୍ତକାଠ, ନରାଜ, ନରାଜୁ, ନରୋଜ—ଯେଉଁ ମୋଟ ଗୋଲ ଦଣ୍ଡରେ ବୁଣିବାର ଟାଣୀ ସୂତା ଗୁଡ଼ିଆ ହୋଇଥାଏ। ତାଷଣ ବା ମୁଠା—ଯେଉଁ ବୁରୁସ ବା ମାର୍ଜନୀ ଦ୍ୱାରା ତନ୍ତିମାନେ ସୂତାକୁ ପରିଷ୍କାର କରନ୍ତି ବା ମାଜନ୍ତି। ଚାପଣା, ଟିପିଣୀଦଣ୍ଡା, ଚାପଣାକାଠି—ବଅକୁ ତଳକୁ ଉପରକୁ ଉଠାଇବା ପକାଇବା ପାଇଁ ନିମ୍ନସ୍ଥ ଯେଉଁ ଦଣ୍ଡ ଦୁଇଟିକୁ ଏକାଦିକ୍ରମେ ଗୋଡ଼ଦ୍ୱାରା ଟିପାଯାଏ। ଟିପିଣୀ ଦଉଡ଼ି— ଯେଉଁ ଦଉଡ଼ି ଟିପିଣୀଦଣ୍ଡା ଓ ବଅକୁ ସଂଯୁକ୍ତ କରିଥାଏ। ମତି— ଯେଉଁ — 'X'ଆକାରର ବେତ ଦୁଇ ଖଣ୍ଡ ବୁଣା ଯାଉଥିବା ଲୁଗାର ଧଡ଼ିକୁ ଓସାରେଇ କରି ଟାଣି ଧରିଥାଏ ନାଠୀ, ନଟେଇ— ଯେଉଁ କାଠିରେ ସୂତା ଗୁଡ଼ିଆ ହୋଇଥାଏ ମେଣ୍ଢୀ—ମାକୁକୁ ଚଳାଇବାର ଦଉଡ଼ିଯୁକ୍ତ କାଷ୍ଠଖଣ୍ଡ (ଯାହା ଛିଟିକିଣିଦ୍ୱାରା ଚାଳିତ ହୁଏ) ତୁଳିକାଠ—ଯେଉଁ ଗୋଲ ଦଣ୍ଡରେ ଲୁଗାର ବୁଣା ହୋଇଥିବା ଅଂଶ ଗୁଡ଼ିଆ ହୁଏ ପଞ୍ଝା—ସେତରଞ୍ଜି ବୁଣିବା ବେଳେ ଭରଣୀ ସୂତାକୁ ପୂର୍ବବୁଣା ସୂତା ସଙ୍ଗେ ବସାଇ ଦେବାପାଇଁ ବ୍ଯବହୃତ ଅଙ୍ଗୁଳିଯୁକ୍ତ କରତଳ ଆକୃତିର କାଷ୍ଠଖଣ୍ଡ ଲିସ୍, ଲିସ୍କାଠି—ଟାଣୀ ସୂତାର ଫାନ୍ଦ ଡ୍ରମ୍—ଟାଣି ଓ ଭରଣୀ ସୂତା ଗୁଡ଼ିଆ ହୋଇ ରହିବାର ପିମ୍ପା ପରି ଗୋଲାକାର ନଟେଇ କୁଣ୍ଡା—ଅରଟ ମଝିରେ ଥିବା କାଠ ବା ପଥରର ହାଣ୍ଡି ମାଲ— ଯେଉଁ ସୂତା ଅରଟର ଚକ ଚାରିପାଖେ ବୁଲି ତାକୁଡ଼ିର ମଧ୍ୟ ଭାଗର ଶଗଡ଼ି ଚାରି ପାଖରେ ବୁଲି ଥାଏ (ଚକକୁ ଘୂରାଇଲେ ଏହା ଗତି କରିବା ଯୋଗୁଁ ତାକୁଡ଼ି ଘୁରେ) ତାକୁଡ଼ି—ଯେଉଁ ମୁନିଆଁ ଦଣ୍ଡ ଅରଟ ଘୂରାଯିବାବେଳେ ଘୂରେ ଓ ଯହିଁ ସାହାଯ୍ଯରେ ସୂତା କଟାଯାଇ ତହିଁରେ ଗୁଡ଼ିଆ ହୋଇଥାଏ ଅରଟ—ସୂତା କାଟିବା ପାଇଁ ବ୍ଯବହୃତ ଏକ ଦିଗରେ ଚକ୍ର ଓ ଅନ୍ଯ ଦିଗରେ ମୁନିଆ ଦଣ୍ଡ ଲାଗିଥିବା ଯନ୍ତ୍ର ଛାଣୀ—ଅରଟର ପକ୍ଷିର ମୁଣ୍ଡରେ ବନ୍ଧା ଯାଇଥିବା ଦଉଡ଼ା ଅରଟର ପକ୍ଷି—ଅରଟର ଅର]
  • ଦେ. ବି. (ସଂ. ତନ୍ତ୍ର ବା ତନ୍ତୁ) — ଚମ ଦଉଡ଼ି — Leather string
  • ଦେ. ବି. (ସଂ. ତନ୍ତ୍ର ବା ତନ୍ତୁ) — ଚର୍ମକ—ତନ୍ତ—ବାଦ୍ୟ ଯେତେ, ସକଳ ବଂଶୀ ରନ୍ଧ୍ର ଗତେ। ଭୂପତି ପ୍ରେମପଞ୍ଚାମୃତ।
  • ଦେ. ବି. (ସଂ. ତନ୍ତ୍ର ବା ତନ୍ତୁ) — ବୀଣା, ବେହେଲା ଆଦିର ଚମଡ଼ାର ତାର — Catgut string