ତଦନ୍ତ Tadanta

  • ସଂ. ବି. (ତତ୍+ଅନ୍ତ; 6 ଷ୍ଠୀ ତତ୍) — ତାହାର ଅନ୍ତ ବା ଶେଷ — Its end
  • ସଂ. ବି. (ତତ୍+ଅନ୍ତ; 6 ଷ୍ଠୀ ତତ୍) — ତାହାର ସୀମା — Its bounds
  • ସଂ. ବି. (ତତ୍+ଅନ୍ତ; 6 ଷ୍ଠୀ ତତ୍) — ସ୍ୱରୂପ—ନିର୍ଣ୍ଣୟ; ତତ୍ତ୍ୱାବଧାରଣ — Ascertaining the truth
  • ସଂ. ବି. (ତତ୍+ଅନ୍ତ; 6 ଷ୍ଠୀ ତତ୍) — ସମସ୍ତେ ହୋଇ ରୁକ୍ମିଣୀଙ୍କି ପେଷିଲେ କଥା ତଦନ୍ତ ପାଇବା ପାଇଁ, ଗୋ ସୁନ୍ଦର—ପ୍ରାଚୀ, ରହସ୍ୟମଞ୍ଜରୀ।
  • ସଂ. ବି. (ତତ୍+ଅନ୍ତ; 6 ଷ୍ଠୀ ତତ୍) — ପରୀକ୍ଷା — Examination
  • ସଂ. ବି. (ତତ୍+ଅନ୍ତ; 6 ଷ୍ଠୀ ତତ୍) — ପ୍ରକୃତ ପରିଚୟ — Acquaintance with the true state of affairs
  • ସଂ. ବି. (ତତ୍+ଅନ୍ତ; 6 ଷ୍ଠୀ ତତ୍) — ଅନୁସନ୍ଧାନ; ତଦାରଖ — Enquiry; investigation
  • ସଂ. ବି. (ତତ୍+ଅନ୍ତ; 6 ଷ୍ଠୀ ତତ୍) — ବିବରଣ; ବୃତାନ୍ତ — Description; detail
  • ସଂ. ବି. (ତତ୍+ଅନ୍ତ; 6 ଷ୍ଠୀ ତତ୍) — କେତେ ସହସ୍ର କୋଟି କପି ଏହା ସଙ୍ଗରେ ନ ଜାଣଇ ଏଥି ତଦନ୍ତ— ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଦେ. ବି — ତାହାଙ୍କର ତଥ୍ୟ ବା ତତ୍ତ୍ୱ — His whereabouts
  • ଦେ. ବି — ତୋର ଅଗ୍ରଜ ମୁନି ଶାନ୍ତ, ସେ କାହିଁ ଜାଣିବେ ତଦନ୍ତ— ଜଗନ୍ନାଥ. ଭାଗବତ।
  • ସଂ. ବିଣ — ତହିଁରେ ଶେଷ ହେଇଥିବା — Ending with that