ତଣ୍ଡି Taṇḍi

  • ସଂ. ବି. (ନାମ) — ଋଷିବିଶେଷ; ଏହାଙ୍କ ପୁତ୍ର ବେଦର ସୂତ୍ରକାର — Name of a sage
  • ଦେ. ବି — ଏକପ୍ରକାର ବଡ଼ ବେଣା ଘାସ; ଖରୀ; କାଶ — A kind of reed grass; the percupine grass; Saccharum Spontaneum
  • ଦେ. ବି — [ଦ୍ର—ଏହାର ଫୁଲ କେଣ୍ଡା କେଣ୍ଡା ଓ ଧଳା ଚାମର ପରି। ଏ ଘାସ ଘରଛୁଆଣିରେ ଲାଗେ ଓ ନଈବାଲିରେ ଓ ପଟୁରେ ହୁଏ। ଏହା ଉଚ୍ଚରେ 5 ହାତ ପର୍ଯ୍ୟନ୍ତ ବଢ଼େ। ଏହାର ପତ୍ର ସରୁ ସରୁ ଦାଢୁଆ ଓ ଲୋମଶ ଏବଂ ପତ୍ରରେ ଅଗଆଡ଼ୁ ହାତ ଚଳାଇଲେ ଦାଢ଼ର କ୍ଷୁଦ୍ର କ୍ଷୁଦ୍ର କଣ୍ଟକ ପରି ଲୋମଦ୍ୱାରା ହାତ କାଟି ହୋଇଯାଏ। ଏହାର ଅଗ୍ରଭାଗ ମୁନିଆ ଏ କଅଁଳ ଘାସକୁ ଗୋରୁ ଖାଆନ୍ତି ମାତ୍ର ଏ ଗଛ ବଢ଼ିଗଲେ ଦାଢ଼ର କଣ୍ଟା ଯୋଗୁଁ ଗୋରୁମାନେ ଖାଇ ପାରନ୍ତି ନାହିଁ।] — [ଦ୍ର—ଏହାର ଫୁଲ କେଣ୍ଡା କେଣ୍ଡା ଓ ଧଳା ଚାମର ପରି ଏ ଘାସ ଘରଛୁଆଣିରେ ଲାଗେ ଓ ନଈବାଲିରେ ଓ ପଟୁରେ ହୁଏ ଏହା ଉଚ୍ଚରେ5ହାତ ପର୍ଯ୍ୟନ୍ତ ବଢ଼େ ଏହାର ପତ୍ର ସରୁ ସରୁ ଦାଢୁଆ ଓ ଲୋମଶ ଏବଂ ପତ୍ରରେ ଅଗଆଡ଼ୁ ହାତ ଚଳାଇଲେ ଦାଢ଼ର କ୍ଷୁଦ୍ର କ୍ଷୁଦ୍ର କଣ୍ଟକ ପରି ଲୋମଦ୍ୱାରା ହାତ କାଟି ହୋଇଯାଏ ଏହାର ଅଗ୍ରଭାଗ ମୁନିଆ ଏ କଅଁଳ ଘାସକୁ ଗୋରୁ ଖାଆନ୍ତି ମାତ୍ର ଏ ଗଛ ବଢ଼ିଗଲେ ଦାଢ଼ର କଣ୍ଟା ଯୋଗୁଁ ଗୋରୁମାନେ ଖାଇ ପାରନ୍ତି ନାହିଁ]