ଢୋଲ Ḍhola

  • ସଂ. ବି. — ଦୁଇ ମୁହଁରେ ଚମଡ଼ା ଛାଆଣି ହୋଇଥିବା କାଠର ଲମ୍ବ ବାଦ୍ୟ — Dum
  • ସଂ. ବି. — ହାଡ଼ି ଖାଏ କଉଡ଼ି ଢୋଲ ଖାଏ ମାଡ଼। ପ୍ରବଚନ।
  • ସଂ. ବି. — [ଦ୍ର—ଭିତରେ ମୂଷା ପୂରେଇ ଢୋଲ ସେଇଁବା ନ୍ଯାୟ— ଅର୍ଥାତ୍ ଅନିଷ୍ଟକାରୀ ବ୍ଯକ୍ତିକୁ ଘର ଭିତରେ ରଖି ବାହାରରୁ ଲୋକଙ୍କୁ ଯିବା ଆସିବା। ବନ୍ଦ କରିବା ନ୍ଯାୟ ନିଷ୍ଫଳ ପରିଶ୍ରମ। ଢୋଲର ଏକ ପାଖକୁ ବାଆଁ ହାତଦ୍ୱାରା ଓ ଅନ୍ଯ ପାଖକୁ ଡାହାଣ ହାତରେ ଖଣ୍ଡେ କାଠି ଧରି ବଜାଇବାକୁ ହୁଏ। ସେହି କାଠିକୁ ଚୋପ ବା ଚୋପକାଠି ବୋଲାଯାଏ।]
  • ଦେ. ବି. — (ଢୋଲ ଆକାରରୁ) ପେଟ — Belly
  • ଦେ. ବି. — ଏକ ପ୍ରକାର ଛୋଟ ଡଙ୍ଗା — A dug-out or drum-like canoe
  • ଦେ. ବି. — ବୟାଁ — A buoy
  • ଦେ. ବି. — ଢୋଲ ଆକାରର ଲୁହା ବା ଟିଣର ଫମ୍ପା ଭାସମାନ ନଳ ଦ୍ୱୟ ଯାହା ନୌକାରୂପେ ବ୍ଯବହୃତ ହୁଏ — Two hollow iron cylinders joined together and used as a dug-out
  • ଦେ. ବି. — ଭସା ପୋଲ ଯେଉଁ ଫମ୍ପା ଲୁହା ବମ୍ବା ଉପରେ ଭାସେ — Cylindrical hollow iron tubes on which floating bridges are supported
  • ବିଣ — ଫମ୍ପା — Hollow