ଢୁମ୍ପା Ḍhumpā
- ଦେ. ବି. (ଏ ବାଦ୍ୟରୁ ଉତ୍ପନ୍ନ ଢୁମ୍ ଢୁମ୍ ଶୂବ୍ଦ ଅନୁକରଣ) — ଗଡ଼ଜାତ ଓ ଗଞ୍ଜାମରେ ବ୍ଯବହୃତ ମଇ ଗଛର କାଣ୍ଡ ବା ଶିଆଳି ଲଟାର ଖୋଳରେ ନିର୍ମିତ ଏକପ୍ରକାର ଆନଦ୍ଧ ବାଦ୍ୟ — A kind of long double mouthed drum made from the hollow bark of 'Mai' (Odina wodier tree or 'Siāli' creeper
- ଦେ. ବି. (ଏ ବାଦ୍ୟରୁ ଉତ୍ପନ୍ନ ଢୁମ୍ ଢୁମ୍ ଶୂବ୍ଦ ଅନୁକରଣ) — [ଦ୍ର—ମଇ ଗଛର ଗୋଟିଏ 7 ହାତ ଲମ୍ବର ସଳଖ ଗଣ୍ଡିକୁ କାଟି ପାଣିରେ ବୁଡ଼ାଇ ରଖିଲେ କେତେ ଦିନ ପରେ ତହିଁର ବକଳଟି କାଠରୁ ଶ୍ଳଥ ହୋଇ ଛାଡ଼ିଯାଏ ଓ ବକଳରୁ କାଠକୁ ଖସାଇଲେ କେବଳ ଫମ୍ପା ବକଳ ରହେ। ସେହି ଫମ୍ପା କବଳକୁ ଶୁଖାଇ ଗଡ଼ଜାତର ଲୋକେ ତାହାର ଦୁଇ ମୁଣ୍ଡରେ ଚମଡ଼ା ଛୁଆଣି କରନ୍ତି। ବାଦକମାନେ ଉକ୍ତ ଲମ୍ବ ବାଦ୍ୟର ବିପରୀତ ପାଖରେ ଜୋଡ଼ା ଜୋଡ଼ା ହୋଇ ବସି ଘାଗୁଡ଼ିଲଗା କାଠି ବା ଡାଙ୍ଗ ଖଣ୍ଡିଏ ଲେଖାଏଁ ପ୍ରତ୍ୟେକଙ୍କ ଦୁଇ ହାତରେ ଧରି ଉକ୍ତ ଗୋଲ ଫମ୍ପା ବକଳର ଦେହରେ ତାଳ ଅନୁସାରେ ଆଘାତ କରି ଗୀତ ବୋଲନ୍ତି। ଏହାକୁ ଢୁମ୍ପା ବାଦ୍ୟ ବୋଲାଯାଏ—ଏହାର ଗୋଲେଇ 4/5 ଫୁଟ ଓ ଲମ୍ବ 10 ଫୁଟ ପର୍ଯ୍ୟନ୍ତ ହୁଏ। ଏହା ଦେଖିବାକୁ ବଡ଼ କାଠ ପରି।] — [ଦ୍ର—ମଇ ଗଛର ଗୋଟିଏ7ହାତ ଲମ୍ବର ସଳଖ ଗଣ୍ଡିକୁ କାଟି ପାଣିରେ ବୁଡ଼ାଇ ରଖିଲେ କେତେ ଦିନ ପରେ ତହିଁର ବକଳଟି କାଠରୁ ଶ୍ଳଥ ହୋଇ ଛାଡ଼ିଯାଏ ଓ ବକଳରୁ କାଠକୁ ଖସାଇଲେ କେବଳ ଫମ୍ପା ବକଳ ରହେ ସେହି ଫମ୍ପା କବଳକୁ ଶୁଖାଇ ଗଡ଼ଜାତର ଲୋକେ ତାହାର ଦୁଇ ମୁଣ୍ଡରେ ଚମଡ଼ା ଛୁଆଣି କରନ୍ତି ବାଦକମାନେ ଉକ୍ତ ଲମ୍ବ ବାଦ୍ୟର ବିପରୀତ ପାଖରେ ଜୋଡ଼ା ଜୋଡ଼ା ହୋଇ ବସି ଘାଗୁଡ଼ିଲଗା କାଠି ବା ଡାଙ୍ଗ ଖଣ୍ଡିଏ ଲେଖାଏଁ ପ୍ରତ୍ୟେକଙ୍କ ଦୁଇ ହାତରେ ଧରି ଉକ୍ତ ଗୋଲ ଫମ୍ପା ବକଳର ଦେହରେ ତାଳ ଅନୁସାରେ ଆଘାତ କରି ଗୀତ ବୋଲନ୍ତି ଏହାକୁ ଢୁମ୍ପା ବାଦ୍ୟ ବୋଲାଯାଏ—ଏହାର ଗୋଲେଇ4/5ଫୁଟ ଓ ଲମ୍ବ10ଫୁଟ ପର୍ଯ୍ୟନ୍ତ ହୁଏ ଏହା ଦେଖିବାକୁ ବଡ଼ କାଠ ପରି]
- ଦେ. ବି. (ଏ ବାଦ୍ୟରୁ ଉତ୍ପନ୍ନ ଢୁମ୍ ଢୁମ୍ ଶୂବ୍ଦ ଅନୁକରଣ) — ଢୁମ୍ପା ବାଦ୍ୟ ବଜାଇ ବୋଲାଯିବା ଗୀତ — Songs sang in accompaniment of 'Ḍhumpā drum
- ଦେ. ବି. (ଏ ବାଦ୍ୟରୁ ଉତ୍ପନ୍ନ ଢୁମ୍ ଢୁମ୍ ଶୂବ୍ଦ ଅନୁକରଣ) — [ଦ୍ର—କବିସୂର୍ଯ୍ୟଙ୍କ ରଚିତ ଢୁମ୍ପା ଗୀତ 2 ଟି (ଛୋଟ ଢୁମ୍ପା ଓ ଜାଇ ଫୁଲ ଢୁମ୍ପା) ପଣ୍ଡିତ କୁଳମଣି ଦାଶଙ୍କ କବିସୂର୍ଯ୍ୟ ଗ୍ରନ୍ଥାବଳିର 4 ର୍ଥ ଭାଗ 292/293/294 ପୃଷ୍ଠାରେ ଦିଆ ହୋଇଅଛି।] — [ଦ୍ର—କବିସୂର୍ଯ୍ୟଙ୍କ ରଚିତ ଢୁମ୍ପା ଗୀତ2ଟି (ଛୋଟ ଢୁମ୍ପା ଓ ଜାଇ ଫୁଲ ଢୁମ୍ପା) ପଣ୍ଡିତ କୁଳମଣି ଦାଶଙ୍କ କବିସୂର୍ଯ୍ୟ ଗ୍ରନ୍ଥାବଳିର4ର୍ଥ ଭାଗ292/293/294ପୃଷ୍ଠାରେ ଦିଆ ହୋଇଅଛି]