ଢମଣା Ḍhamaṇā
- ଦେ. ବି (ସଂ. ଧାମନ୍=ଗୃହ; ଏମାନେ ଘରେ ବିଚରଣ କରିବାରୁ; କିମ୍ବା ସଂ. ଦଣ୍ଡ) — ଏକପ୍ରକାର ନିର୍ବିଷ ଫଣାହୀନ ଲମ୍ବା ସର୍ପ; ଢାମଣା ବା ଢେମଣା ସାପ — Zameni Mucosus (serpent)
- ଦେ. ବି (ସଂ. ଧାମନ୍=ଗୃହ; ଏମାନେ ଘରେ ବିଚରଣ କରିବାରୁ; କିମ୍ବା ସଂ. ଦଣ୍ଡ) — [ଦ୍ର—ଏମାନେ ଲମ୍ବରେ 4/5 ହାତ ପର୍ଯ୍ୟନ୍ତ ବଢ଼ନ୍ତି, ଦେହର ଉପର ଇଷତ୍ ନାଲି, ପିଠିରେ କଳା ଓ ହଳଦିଆ ମୁଦିଆ ଚିହ୍ନ ଥାଏ, ପେଟପାଖ ଈଷତ୍ ହଳଦିଆ। ଏମାନେ ଚାଳରେ ବୁଲି ମୂଷା ଓ ଗଛରେ ଚଢ଼ି ଚଢ଼େଇ ଛୁଆ ଓ ଡିମ୍ବ ଗିଳନ୍ତି। ଏମାନେ ଖୁବ ଭାରି। ପ୍ରବାଦ ଅଛି ଯେ ଏମାନେ ଗାଈଙ୍କ ପଛଗୋଡ଼ ବାଟେ ଚଢି ପଛ ଗୋଡ଼ରେ ଛନ୍ଦି ହୋଇ ଗାଈଙ୍କ ଚିର ଚୁଚୁମି ଦୁଧ ପିଇ ଯାଆନ୍ତି। ଏମାନେ ଘରେ ଓ ଘରର ଖଞ୍ଜା ଭିତରେ ବେଙ୍ଗ ଖାଇବାକୁ ଅନେକ ସମୟରେ ବୁଲନ୍ତି। ଲୋକଙ୍କର ବିଶ୍ୱାସ ଯେ ମାଈ ଢେମଣା (ଢେମଣୀ) ଗୋଖରସାପଙ୍କ ସଙ୍ଗେ ଜୋଡ଼ ଖାଇଲେ ଏହାଙ୍କ ଠାରୁ ଦୋମିଶା ତମ୍ପ ଜନ୍ମନ୍ତି।] — [ଦ୍ର—ଏମାନେ ଲମ୍ବରେ4/5ହାତ ପର୍ଯ୍ୟନ୍ତ ବଢ଼ନ୍ତି, ଦେହର ଉପର ଇଷତ୍ ନାଲି, ପିଠିରେ କଳା ଓ ହଳଦିଆ ମୁଦିଆ ଚିହ୍ନ ଥାଏ, ପେଟପାଖ ଈଷତ୍ ହଳଦିଆ ଏମାନେ ଚାଳରେ ବୁଲି ମୂଷା ଓ ଗଛରେ ଚଢ଼ି ଚଢ଼େଇ ଛୁଆ ଓ ଡିମ୍ବ ଗିଳନ୍ତି ଏମାନେ ଖୁବ ଭାରି ପ୍ରବାଦ ଅଛି ଯେ ଏମାନେ ଗାଈଙ୍କ ପଛଗୋଡ଼ ବାଟେ ଚଢି ପଛ ଗୋଡ଼ରେ ଛନ୍ଦି ହୋଇ ଗାଈଙ୍କ ଚିର ଚୁଚୁମି ଦୁଧ ପିଇ ଯାଆନ୍ତି ଏମାନେ ଘରେ ଓ ଘରର ଖଞ୍ଜା ଭିତରେ ବେଙ୍ଗ ଖାଇବାକୁ ଅନେକ ସମୟରେ ବୁଲନ୍ତି ଲୋକଙ୍କର ବିଶ୍ୱାସ ଯେ ମାଈ ଢେମଣା (ଢେମଣୀ) ଗୋଖରସାପଙ୍କ ସଙ୍ଗେ ଜୋଡ଼ ଖାଇଲେ ଏହାଙ୍କ ଠାରୁ ଦୋମିଶା ତମ୍ପ ଜନ୍ମନ୍ତି]