ଡୋର Ḍora
- ସଂ. ବି — ପାଟ, ସୂତା ଆଦିର ସରୁ ଦଉଡ଼ି; ରସୀ; ଢାଗା — String; chord; line
- ସଂ. ବି — ଡୋର ଲଗ୍ନ ଥୋପ ଯେସନ ଅନୁସାରେ ଶଫରୀ—ରାଧାନାଥ. ଚନ୍ଦ୍ରଭାଗା।
- ସଂ. ବି — [ଦ୍ର—ଜାଲ, ବନିସି, ପୋଥି, ବଟୁଆ ଆଦି ନିମନ୍ତେ ବ୍ଯବହୃତ ମସୃଣ ଓ ଦୃଢ଼ ସୂତ୍ରକୁ ଡୋର କୁହାଯାଏ। ଜଗନ୍ନାଥ ଆଦିଙ୍କ ପ୍ରତିମାମାନ ରଥକୁ ବିଜେ କଲାବେଳେ ତାଙ୍କ ଅଣ୍ଟାରେ ପାଟ ଡୋର ବନ୍ଧା ହୁଏ, ସେହି ପାଟ ଡୋରକୁ ଟାଣି ଟାଣି ସେବକମାନେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାନ୍ତି।]
- ଦେ. ବି — ଆକର୍ଷଣ — Attraction
- ଦେ. ବି — ସ୍ନେହବନ୍ଧନ; ପ୍ରଣୟପାଶ — Attachment or tie of love
- ଦେ. ବି — ହୃଦୟ ମୋହର ବନ୍ଧା ଥିଲା ତାଙ୍କ ପାଦପଦ୍ମେ ସ୍ନେହଡୋରେ—ରାଧାନାଥ, ପାର୍ବତୀ।
- ଦେ. ବି — କରଧୁନୀ; କଟିସୂତ୍ର — A string worn round the waist
- ଦେ. ବି — ଦଉଡ଼ା; ରଜ୍ଜୁ — Rope
- ଦେ. ବି — ଡୋର ଲାଗି ଘେର ପଡ଼ିବ ଯେ ହେବ ଚୋର ପରି ଆଚରଣୁ— କବିସୂର୍ଯ୍ୟ. କିଶୋରାଚମ୍ପୂ. ତ ଗୀତ।
- ଦେ. ବି — ବାବାଜିମାନେ କଉପୁନିର ଦୁଇ ମୁଣ୍ଡକୁ ଲାହି ତଳେ ଓ ଅଣ୍ଟା ପଛରେ ଖୋସିବା ପାଇଁ ଅଣ୍ଟାରେ ଗୁଡ଼ାଇ ଥିବା ସରୁ ଦଉଡ଼ି — String tied round the waist for attaching the ends of the Ka̲u̲punī
- ଦେ. ବି — ଗାର, ରେଖା — Line
- ଦେ. ବି — (ଯଥା—ଏ ଲୁଗାର ଧଡ଼ିରେ କଳା ଡୋର ଅଛି।)