ଡାଲା Ḍālā
- ଦେ. ବି. (ସଂ. ଡଲ୍ଲକ=ବଂଶାଦି ନିର୍ମିତ ପାତ୍ର) — ବଡ ଚାଙ୍ଗୁଡ଼ି; ତାଟ — A large tray of wicker work
- ଦେ. ବି. (ସଂ. ଡଲ୍ଲକ=ବଂଶାଦି ନିର୍ମିତ ପାତ୍ର) — ଭୋଗ ସାମଗ୍ରୀ ଓ ଫୁଲଆଦି ରଖିବା ପାଇଁ ବ୍ଯବହୃତ ବାଉଁଶ ନିର୍ମିତ ଅଗଭୀର ପାତ୍ର — A shallow tray for keeping flowers and offerings
- ଦେ. ବି. (ସଂ. ଡଲ୍ଲକ=ବଂଶାଦି ନିର୍ମିତ ପାତ୍ର) — (ଡାଲାମାନଙ୍କରେ ଏମାନ ପଠା ଯାଉଥିବାରୁ) ସିଧା; ସଞ୍ଚା; ବନ୍ଧୁବାନ୍ଧବ, ହାକିମହୁକୁମା, ଅତିଥି, ଭଦ୍ରଲୋକ ଓ ଭୋଟଦାତାମାନଙ୍କ ନିକଟକୁ ଆଦର, ସମ୍ମାନ, ଅନୁଗ୍ରହ ଓ ଇଲେକ୍ସନ୍ ଭୋଟ୍ରେ ଆକର୍ଷଣାର୍ଥ ବିଶିଷ୍ଟ ପର୍ବଆଦି ଉପଲକ୍ଷରେ ପଠାଯିବା ଖାଦ୍ୟସାମଗ୍ରୀଚୟପୂର୍ଣ୍ଣ ଉପଢୌକନ ବା ଭେଟୀ — Dalee; present of fruits etc sent to relatives, friends, officials and voters on special or festive occasions or before elections
- ଦେ. ବି. (ସଂ. ଡଲ୍ଲକ=ବଂଶାଦି ନିର୍ମିତ ପାତ୍ର) — ବାକ୍ସ ବା ପେଡ଼ି ଆଦିର ଢାଙ୍କୁଣୀ — The cover of a box or basket
- ଦେ. ବି. (ସଂ. ଡଲ୍ଲକ=ବଂଶାଦି ନିର୍ମିତ ପାତ୍ର) — ବାକ୍ସ, ଟେବୁଲ୍ ଓ ଆଲମାରି ଆଦିର ଦରାଜ — The drawyer of a box, table or almira