ଡବଡବ Ḍaba daba
- ଦେ. (ଧ୍ୱନ୍ୟନୁକରଣ) ଅ. — ଜଳପୂର୍ଣ୍ଣ ମାଠିଆର ମୁହ ତଳକୁ କରି ପାଣି ଅଜାଡ଼ିଲେ ଯେଉଁ ଶବ୍ଦ ହୁଏ — Sound produced by water when poured out from an upturned pot
- ଦେ. (ଧ୍ୱନ୍ୟନୁକରଣ) ଅ. — ଆକଣ୍ଠପୂର୍ଣ୍ଣ ଜଳକୁମ୍ଭ ବା ପଇଡ଼କୁ ହଲାଇଲେ ତହିଁରୁ ଜାତ ହେବା ଶବ୍ଦ — Sound produced by a pot or an unripe cocoanut more than half full of water
- ଦେ. (ଧ୍ୱନ୍ୟନୁକରଣ) ଅ. — ଚମଡ଼ା ଓଦା ହୋଇଥିବା ଢୋଲକୁ ବଜାଇଲେ ଯେପରି ଶବ୍ଦ ହୁଏ — Muffled sound as of a wet drum
- କ୍ରି. ବି — ଅଜସ୍ର ଭାବରେ; ବିଶେଷ ପରିମାଣରେ (ଜଳ ଅଜାଡ଼ିବା) — Profusely; in torrents (said of gushing tears or water)
- କ୍ରି. ବି — ଡବ ଡବ ବାରି ନିଃସରିବ ଚାରି ପହରେ ନଯନ ଯୁଗୁଁ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଡ ଗୀତ।