ଡକାଇତ Ḍakāita

  • ଦେ. ବି (ସଂ. ଢକ୍କା, ସଂ. ହୁଙ୍କାର; ଓ. ଡାକ; ଯେଉଁ ଦସ୍ୟୁ ଢକ୍କା ପିଟି ବା ଡାକ ମାରି ଧନ ଲୁଣ୍ଠନ କରେ) — ଖଣ୍ଟ; ଡାକୁ; ବଳ ପ୍ରୟୋଗ ପୂର୍ବକ ଚୋରି ନିମନ୍ତେ ଦଳବଦ୍ଧ ବହୁ ସଂଖ୍ୟକ ବ୍ଯକ୍ତି; ଦସ୍ୟୁ — Dacoit; robber; bandit; high- way-man
  • ଦେ. ବି (ସଂ. ଢକ୍କା, ସଂ. ହୁଙ୍କାର; ଓ. ଡାକ; ଯେଉଁ ଦସ୍ୟୁ ଢକ୍କା ପିଟି ବା ଡାକ ମାରି ଧନ ଲୁଣ୍ଠନ କରେ) — ଡକାଇତ ପଣ କରେ ଜୀଏଁ ଯେତେ କାଳ। ପ୍ରାଚୀ. ଶିବ ସୁରୋଦୟ।
  • ଦେ. ବି (ସଂ. ଢକ୍କା, ସଂ. ହୁଙ୍କାର; ଓ. ଡାକ; ଯେଉଁ ଦସ୍ୟୁ ଢକ୍କା ପିଟି ବା ଡାକ ମାରି ଧନ ଲୁଣ୍ଠନ କରେ) — [ଦ୍ର—ଚୋର ସଂଖ୍ୟାରେ ଏକ ବା ତତୋଽଧିକ ବ୍ଯକ୍ତି; ଚୋର ଦ୍ରବ୍ୟ ସ୍ୱାମୀର ଅଜ୍ଞାତରେ ଦ୍ରବ୍ୟକୁ ଲୁଚାଇ କରି ଚୋରି କରେ। କିନ୍ତୁ ଡକାଇତମାନେ ଦଳବନ୍ଧ ହୋଇ ବଳ ପ୍ରୟୋଗପୂର୍ବକ ଡାକି ହାକି ଅର୍ଥାତ୍ ପ୍ରକାଶ୍ୟରେ ଚୋରି କରନ୍ତି ଏବଂ କେହି ବାଧା ଦେଲେ ତାକୁ ମାରି ପକାଇବାକୁ ଦ୍ୱିଧା ବୋଧ କରନ୍ତି ନାହିଁ।]