ଠୋ ଠୋ Ṭho-ṭho

  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — କୁରାଢ଼ିରେ ବଡ଼ କାଠ ହାଣିବାର ଶବ୍ଦମାନ; ଉପର୍ଯ୍ୟୁପରି କୁରାଢ଼ିଚୋଟର ଶବ୍ଦ — Repeated loud sounds produced by splitting logs with the axe
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — ଏକାଧିକ ତାଳଫୋଟକା ଫୁଟିବାର ଉଚ୍ଚ ଶବ୍ଦ — Loud cracking sounds of the bursting of many crackers
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — ନଡ଼ିଆ ଆଦି କଠିନ ପଦାର୍ଥକୁ ପଥର ଉପରେ ଜୋରରେ ଏକାଧିକ ଥର ବାଡ଼େଇବାର ଶବ୍ଦ — Sound produced by repeated striking striking of cocoanuts on a stones
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — [ଦ୍ର—ଠୁକ୍ ଠୁକ୍ ଠାରୁ ଠକ ଠକ ଶବ୍ଦ ଉଚ୍ଚତର, ଠକ ଠକ ଠାରୁ ଠୋ ଠା ବା ଠୋ ଠୋ ଉଚ୍ଚତର, ଠୋ ଠୋ ଠାରୁ ଢୁ଼ ଢ଼ା ଉଚ୍ଚତର ଶବ୍ଦ।]
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — କଠିନ ପଦାର୍ଥ ବାଡ଼େଇ ହୋଇ ହଠାତ୍ ଫାଟିଯିବା ଶବ୍ଦ — The loud sound of bursting of hard things
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — ବିଲରୁ ପାଣି ଶୁଖି ଯାଇ ଭୁମି ଫାଟିଯିବା — Cracking of the surface of a field when it dries up
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — (ଯଥା—ଏ ବର୍ଷ ଭାଦ୍ରମାସରୁ ବର୍ଷା ନ ହେବାରୁ କାର୍ତ୍ତିକମାସକୁ ବିଲଯାକ ଠୋ ଠୋ ଫାଟିଗଲାଣି।)
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — ଖୁବ୍ ଜୋର୍ରେ ଏକାଧିକ ଥର ଚାପୁଡ଼ା ମାରିବାର ଶବ୍ଦ — Repeated clapping sounds of slapping
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — (ଯଥା—ଅବଧାନେ ଆସି ମୋ ଗାଲରେ ଠୋ ଠୋ ଦୁଇପୁଞ୍ଚା ଚାପୁଡ଼ା ମାଇଲେ।)
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — ବାହୁବାର ବିକଟ ହାସ୍ୟର ଶବ୍ଦ; ଅଟ୍ଟହାସର ଧ୍ୱନି — Sound of repeated boisterous laughter or horse laugh
  • ଦେ. ଅ—(ଧ୍ୱନ୍ୟନୁକରଣ) (ଏକାଧିକ ଠୋ ଶବ୍ଦ) — [ଦ୍ର—ଠୋ ଠୋ ଶବ୍ଦ ଏକାଧିକ ଠୋ ଧ୍ୱନି ସୂଚନା କରେ। 'ଠୋ' ଶବ୍ଦ ହଠାତ୍ ଜାତ ହେବା କଠିନ ବସ୍ତୁଦ୍ୱୟର ଆଘାତ— ଜନିତ ଧ୍ୱନି ଅଟେ। ସେହି ଧ୍ୱନି ଜାତ ହେବା ପ୍ରସଙ୍ଗରୁ (ଯଥା— ନଡ଼ିଆକୁ ପଥରରେ ଜୋର୍ କରି ବାଡ଼େଇଦେଲେ ତାହା ହଠାତ୍ ଠୋ ଶବ୍ଦପୂର୍ବକ ଫାଟିଯାଏ, ଏହି ଭାବର ସଂକ୍ରମଣ ଦ୍ୱାରା) ଏହି ଠୋ ଠା ଓ ଠୋ ଠୋ ଶବ୍ଦର ଭିନ୍ନାର୍ଥକ ପ୍ରୟୋଗମାନ ଭାଷାରେ ଚଳେ, ଯଥା—ଖରାରେ ବିଲଯାକ ଠୋଠୋ ଫାଟିଗଲା, ଖାଇବାକୁ ନ ପାଇ ପିଲାଗୁଡ଼ାକ ଠୋ ଠୋ ମରିଗଲେ, ସେ ଠୋ ଠୋ ହସିଲା।]