ଠେକୁଆ Ṭhekuā

  • ଦେ. ବି. (ସଂ. ଶଶକ) — ଶଶକ; ଶଶା — Hare; rabbit; Lupus Ruficaudatus
  • ଦେ. ବି. (ସଂ. ଶଶକ) — [ଦ୍ର—ଏମାନେ ମୂଷା ଜାତୀୟ, କିନ୍ତୁ ମୂଷାଠାରୁ ବଡ଼ ଜୀବ; ଲମ୍ବର ଏକ ହାତ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ପିଠି ଓ ପୁଛ ଖଇରା, ପେଟ ଧଳା। ଏମାନଙ୍କ କାନ ଦେହତୁଳନାରେ ଖୁବ ବଡ଼; ପ୍ରାୟ 7 ଆଙ୍ଗୁଳ ଲମ୍ବ। ଏମାନେ ଘାସବଣ ଓ ବୁଦାଳିଆ ଜଙ୍ଗଲରେ ଓ ପଡ଼ିଆରେ ଗାତ ଖୋଳି ଦଳ ବାନ୍ଧି ରହନ୍ତି; ଲାଙ୍ଗୂଡ଼ ଛୋଟ, ପଛ ଗୋଡ଼ ଆଗ ଗୋଡ଼ ଅପେକ୍ଷା ଡେଙ୍ଗା; ଏମାନେ ରାତିରେ ପଦାରେ ବେଶି ବୁଲନ୍ତି ଓ ଖୁବ କୁଦା ମାରନ୍ତି ଓ ଦଉଡ଼ନ୍ତି। ଏ ଭାରି ଡରକୁଳା; ଏହାଙ୍କ ଦେହର ରୋମ ଖୁବ୍ କୋମଳ। ଏ ସାମାନ୍ୟ ଆଘାତ ପାଇଲେ ମରିଯାଏ। ଠେକୁଆ 6 ମାସ ବୟସରେ ଗର୍ଭ ଧାରଣ କରେ ଓ ମାସକ ଅନ୍ତରରେ ଗର୍ଭବତୀ ହୋଇ ଥରକେ 7। 8 ଛୁଆ ଜନ୍ମ କରେ। କୌଣସି କୌଣସି ଦେଶରେ ଠେକୁଆ ମାନେ ଶୀତକାଳରେ ଧଳା ପାଲଟି ଯାଆନ୍ତି। ଏହାର ମାଂସ ସୁସ୍ୱାଦୁ। ହିନ୍ଦୁ ଶାସ୍ତ୍ର ମତେ ଏହା ଭକ୍ଷ୍ୟ। ବୌଦ୍ୟକ ମତରେ ଏହାର ମାଂସ ଶୀତଳ, ଲଘୁ ଏବଂ ଶୋଥ, ଅତୀସାର, ପିତ୍ତ, ଓ ରକ୍ତନାଶକ, ମଳବଦ୍ଧକାରକ— ହି. ଶବ୍ଦସାଗର।] — [ଦ୍ର—ଏମାନେ ମୂଷା ଜାତୀୟ, କିନ୍ତୁ ମୂଷାଠାରୁ ବଡ଼ ଜୀବ; ଲମ୍ବର ଏକ ହାତ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ପିଠି ଓ ପୁଛ ଖଇରା, ପେଟ ଧଳା ଏମାନଙ୍କ କାନ ଦେହତୁଳନାରେ ଖୁବ ବଡ଼; ପ୍ରାୟ7ଆଙ୍ଗୁଳ ଲମ୍ବ ଏମାନେ ଘାସବଣ ଓ ବୁଦାଳିଆ ଜଙ୍ଗଲରେ ଓ ପଡ଼ିଆରେ ଗାତ ଖୋଳି ଦଳ ବାନ୍ଧି ରହନ୍ତି; ଲାଙ୍ଗୂଡ଼ ଛୋଟ, ପଛ ଗୋଡ଼ ଆଗ ଗୋଡ଼ ଅପେକ୍ଷା ଡେଙ୍ଗା; ଏମାନେ ରାତିରେ ପଦାରେ ବେଶି ବୁଲନ୍ତି ଓ ଖୁବ କୁଦା ମାରନ୍ତି ଓ ଦଉଡ଼ନ୍ତି ଏ ଭାରି ଡରକୁଳା; ଏହାଙ୍କ ଦେହର ରୋମ ଖୁବ୍ କୋମଳ ଏ ସାମାନ୍ୟ ଆଘାତ ପାଇଲେ ମରିଯାଏ ଠେକୁଆ6ମାସ ବୟସରେ ଗର୍ଭ ଧାରଣ କରେ ଓ ମାସକ ଅନ୍ତରରେ ଗର୍ଭବତୀ ହୋଇ ଥରକେ7 8ଛୁଆ ଜନ୍ମ କରେ କୌଣସି କୌଣସି ଦେଶରେ ଠେକୁଆ ମାନେ ଶୀତକାଳରେ ଧଳା ପାଲଟି ଯାଆନ୍ତି ଏହାର ମାଂସ ସୁସ୍ୱାଦୁ ହିନ୍ଦୁ ଶାସ୍ତ୍ର ମତେ ଏହା ଭକ୍ଷ୍ୟ ବୌଦ୍ୟକ ମତରେ ଏହାର ମାଂସ ଶୀତଳ, ଲଘୁ ଏବଂ ଶୋଥ, ଅତୀସାର, ପିତ୍ତ, ଓ ରକ୍ତନାଶକ, ମଳବଦ୍ଧକାରକ— ହି. ଶବ୍ଦସାଗର]
  • ପ୍ରାଦେ. (ମେଦିନୀପୁର) ବି — ଦିକାଠିଆ — Wooden peg put on the wall